ସୁସ୍ଥ ହେଲେ ଆଉ ୨୨୮ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୫୪୬କୁ ବୃଦ୍ଧି

ଭୁବନେଶ୍ବର : ରବିବାର ରାଜ୍ୟରୁ ଆଉ ୨୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୫୪୬କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୩୯, ଅନୁଗୋଳରୁ ୨୩, ଖୋର୍ଦ୍ଧାରୁ ୨୦, କେନ୍ଦୁଝରରୁ ୧୯, ବାଲେଶ୍ବରରୁ ୧୬, ବରଗଡ଼ରୁ ୧୩, ଯାଜପୁରରୁ ୧୨, ଝାରସୁଗୁଡା ଓ ନୂଆପଡାରୁ ୧୦ ଜଣ ଲେଖାଁଏ, ବଲାଙ୍ଗୀରରୁ ୯, କଟକରୁ ୮ ଏବଂ ଗଜପତିରୁ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡା ଓ ମୟୂରଭଞ୍ଜରୁ ୫ ଜଣ ଲେଖାଁଏ, ଦେବଗଡ଼, ପୁରୀ ଓ ସୁବର୍ଣ୍ଣପୁରରୁ ୪ ଜଣ ଲେଖାଁଏ, ଭଦ୍ରକ, ରାୟଗଡା ଓ ସମ୍ବଲପୁରରୁ ୩ ଜଣ ଲେଖାଁଏ, ବୌଦ୍ଧ ଓ ଗଞ୍ଜାମରୁ ୨ ଜଣ ଲେଖାଁଏ, ଜଗତସିଂହପୁର ଓ କୋରାପୁଟରୁ ଜଣେ ଲେଖାଁଏ ଏବଂ ଷ୍ଟେଟ ପୁଲରୁ ୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୫୪୬କୁ ବୃଦ୍ଧି ପାଇଛି ।

Comments are closed.