ସୁସ୍ଥ ହେଲେ ଆଉ ୨୨୮ କରୋନା ଅକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୮୯୦କୁ ବୃଦ୍ଧି

ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୨୨୮ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୮୯୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ​  ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ନୂଆପଡାରୁ ସର୍ବାଧିକ ୪୦ ଜଣ, ବରଗଡ଼ରୁ ୩୪, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୨୬ ଜଣ ଲେଖାଁଏ, କଳାହାଣ୍ଡିରୁ ୨୨, କଟକରୁ ୧୬, ଅନୁଗୋଳରୁ ୯, ଗଞ୍ଜାମ ଓ ମୟୂରଭଞ୍ଜରୁ ୭ ଜଣ ଲେଖାଁଏ, ବାଲେଶ୍ବରରୁ ୬, ବଲାଙ୍ଗୀର ଓ ଯାଜପୁରରୁ ୫ ଜଣ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଢେଙ୍କା​‌ନାଳ, କେନ୍ଦୁଝର, ନବରଙ୍ଗପୁର ଓ ରାୟଗଡାରୁ ୩ ଜଣ  ଲେଖାଁଏ, ଝାରସୁଗୁଡା, ନୟାଗଡ ଓ ପୁରୀରୁ ୨ ଜଣ  ଲେଖାଁଏ, ଜଗତସିଂହପୁରରୁ ଜଣେ ଏବଂ ଷ୍ଟେଟ ପୁଲରୁ ୬ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୮୯୦ ରେ ପହଞ୍ଚିଛି।

Comments are closed.