ସୁସ୍ଥ ହେଲେ ଆଉ ୨୦୫ ଜଣ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୯୬୨କୁ ବୃଦ୍ଧି

ଭୁବନେଶ୍ବର : ଶନିବାର  ରାଜ୍ୟରୁ ଆଉ ୨୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୯୬୨କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ଝାରସୁଗୁଡାରୁ ସର୍ବାଧିକ ୩୩, ବରଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୨୨ ଜଣ ଲେଖାଁଏ, ପୁରୀରୁ ୧୪, ନୂଆପଡାରୁ ୧୩, ଖୋର୍ଦ୍ଧାରୁ ୧୦, କଟକ ଓ ଯାଜପୁରରୁ ୮ ଜଣ ଲେଖାଁଏ, ବାଲେଶ୍ବରରୁ ୭, କୋରାପୁଟ ଓ ସୁବର୍ଣ୍ଣପୁରରୁ ୬ ଜଣ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଭଦ୍ରକରୁ ୫, ଅନୁଗୋଳ ଓ ଗଜପତିରୁ ୪ ଜଣ ଲେଖାଏଁ, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି ଓ ନୟାଗଡରୁ ୨ ଜଣ ଲେଖାଏଁ,  ବୌଦ୍ଧ, ଦେବଗଡ଼,  କେନ୍ଦୁଝର ଏବଂ ମୟୂରଭଞ୍ଜ ଓ ରାୟଗଡାରୁ ୧ ଜଣେ ଲେଖାଁଏ  କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୯୬୨କୁ ବୃଦ୍ଧି ପାଇଛି ।

Comments
Loading...