ସ୍କ୍ବାଶ ଓ ଜୁଡୋରେ ଭାରତକୁ ପଦକ ; ପଦକ ତାଲିକାର ଷଷ୍ଠ ସ୍ଥାନରେ ଭାରତ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡାରେ ବୁଧବାର ଭାରତ କ୍ରମାଗତ ୨ଟି ପଦକ ହାସଲ କରିଛି । ସ୍କ୍ବାଶ ଏବଂ  ଜୁଡୋରେ ଭାରତ ୨ଟି ପଦକ ବିଜୟୀ ହୋଇଛି। ସ୍କ୍ବାଶରେ ସୌରଭ ଘୋଷାଲ ବୋଞ୍ଜ ପଦକ ଜିତିଛନ୍ତି।

ଦେଶର ଏହି ୧ନଂ ସ୍କ୍ବାଶ୍‌ ଖେଳାଳି ପୁରୁଷ ସିଙ୍ଗଲ୍‌ସର କାଂସ୍ୟପଦକ ମ୍ୟାଚ୍‌ରେ ସୌରଭ ଇଂଲଣ୍ଡର ଜେମ୍‌ସ ୱିଲ୍‌ଷ୍ଟ୍ରପ୍‌ଙ୍କୁ ସହଜରେ ୩-୦ ଗେମ୍‌ରେ ପରାସ୍ତକରି ଦେଶକୁ କାଂସ୍ୟ ପଦକ ଜିତାଇଛନ୍ତି। ଏହି ମ୍ୟାଚ୍‌କୁ ସୌରଭ ୧୧-୬, ୧୧-୧, ୧୧-୪ ଗେମ୍‌ରେ ପରାସ୍ତ କରିଥିଲେ । ପୂର୍ବରୁ ସେମିଫାଇନାଲରେ ପରାସ୍ତ ହୋଇଥିବା ସୌରଭ ବୁଧବାର ଏହି କାଂସ୍ୟପଦକ ମ୍ୟାଚ୍‌ ଖେଳିଥିଲେ।

ସେହିପରି ଜୁଡୋରେ ଭାରତ ରୌପ୍ୟ ପଦକ ଜିତିଛି । ୭୮ କେଜି ବର୍ଗରେ ତୁଲିକା ମାନ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । ଏଥି ସହ ଭାରତର ପଦକ ସଂଖ୍ୟା ୧୫ରେ ପହଞ୍ଚିଛି । ଭାରତ ୫ଟି ସ୍ବର୍ଣ୍ଣ, ୫ଟି ରୌପ୍ୟ ଓ ୫ଟି ବୋଞ୍ଜ ପଦକ ଜିତି ପଦକ ତାଲିକାର ଷଷ୍ଠ ସ୍ଥାନରେ ରହିଛି।

 

Comments are closed.