ଲାଞ୍ଜିଗଡ଼ ଅଞ୍ଚଳରେ ପୁଣି ଚିହ୍ନଟ ହେଲେ ୨ କରୋନା ଆକ୍ରାନ୍ତ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କରୋନା ଗ୍ରାଫ ଉପରମୁହାଁ ହେଉଥିବାବେଳେ ଆଜି ଲାଞ୍ଜିଗଡ଼ ଅଞ୍ଚଳରେ ଆଉ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା କୋଭିଡ ପରୀକ୍ଷା କେନ୍ଦ୍ରରେ ଏମାନେ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟବିଭାଗ ସୂତ୍ରରୁ ଜଣାପଡିଛି ।

Comments are closed.