ସୁସ୍ଥ ହେଲେ ୧୯୦୮ ଜଣ କରୋନା ଆକ୍ରାନ୍ତ : ଆରୋଗ୍ୟ ସଂଖ୍ୟା ୨,୭୨,୦୩୮

ଭୁବନେଶ୍ବର : ରାଜ୍ୟରେ ଗୁରୁବାର ଆଉ ୧,୯୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୭୨,୦୩୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୨୨, ସୁନ୍ଦରଗଡ଼ରୁ ୧୭୦, ଅନୁଗୋଳରୁ ୧୨୬, କେନ୍ଦ୍ରାପଡାରୁ ୧୦୨, କଟକରୁ ୧୦୦, ବଲାଙ୍ଗୀରରୁ ୯୬, ବାଲେଶ୍ବରରୁ ୮୯, ମୟୂରଭଞ୍ଜରୁ ୮୦, କଳାହାଣ୍ଡିରୁ ୭୬ ଏବଂ ଜଗତସିଂହପୁରରୁ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ନୂଆପଡାରୁ ୬୮, ଝାରସୁଗୁଡା ୫୫, ଢେଙ୍କାନାଳରୁ ୪୯, ଯାଜପୁରରୁ ୪୮, ପୁରୀରୁ ୪୭, ନବରଙ୍ଗପୁର ଓ ସମ୍ବଲପୁରରୁ ୪୫ ଜଣ ଲେଖାଏଁ, କନ୍ଧମାଳ ଓ କେନ୍ଦୁଝରରୁ ୪୨ ଜଣ ଲେଖାଏଁ, ବରଗଡ଼ ଓ ସୁବର୍ଣ୍ଣପୁରରୁ ୩୭ ଜଣ ଲେଖାଏଁ, ମାଲକାନଗିରିରୁ ୩୫, ରାୟଗଡାରୁ ୩୪, କୋରାପୁଟରୁ ୩୩, ବୌଦ୍ଧରୁ ୩୨ ଓ ନୟାଗଡ଼ରୁ ୩୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।


ଅନ୍ୟପକ୍ଷରେ ଭଦ୍ରକରୁ ୨୫, ଗଞ୍ଜାମରୁ ୨୦, ଗଜପତିରୁ ୫, ଦେବଗଡ଼ରୁ ୪ ଓ ଷ୍ଟେଟ ପୁଲରୁ ୪୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୨ଲକ୍ଷ, ୭୨ ହଜାର ୦୩୮ କୁ ବୃଦ୍ଧି ପାଇଛି।

Comments
Loading...