ଆଉ ୧୭୮୫ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୩୪ ହଜାର ୮୦୫କୁ ବୃଦ୍ଧି

ଭୁବନେଶ୍ବର : ମଙ୍ଗଳବାର ରାଜ୍ୟରୁ ଆଉ ୧୭୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟଙ୍କ ସଂଖ୍ୟା ୩୪ ହଜାର ଅତିକ୍ରମ କରିଛି। ଏହି ୧୭୮୫ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩୪ ହଜାର ୮୦୫କୁ ବୃଦ୍ଧି ପାଇଛି।

ଆଜି ଗଞ୍ଜାମରୁ ସର୍ବାଧିକ ୪୦୪, ଖୋର୍ଦ୍ଧାରୁ ୨୬୩, କଟକ ଓ ସମ୍ବଲପୁରରୁ ୧୨୬ ଜଣ ଲେଖାଏଁ, କେନ୍ଦୁଝରରୁ ୧୦୧, ମାଲକାନଗିରିରୁ ୯୧,  କନ୍ଧମାଳରୁ ୮୪, ରାୟଗଡାରୁ ୮୧, ଗଜପତିରୁ ୮୦ ଓ ଢେଙ୍କାନାଳରୁ ୬୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି ମୟୂରଭଞ୍ଜରୁ ୫୦, ଯାଜପୁରରୁ ୪୯,କଳାହାଣ୍ଡିରୁ ୪୮, ବାଲେଶ୍ବରରୁ ୩୨, ନୟାଗଡରୁ ୩୧, ସୁନ୍ଦରଗଡ଼ରୁ ୩୦, ଭଦ୍ରକରୁ ୨୮, କେନ୍ଦ୍ରାପଡାରୁ ୨୪, ପୁରୀରୁ ୨୨,  ବରଗଡ଼ ଓ ନୂଆପଡାରୁ ୧୦ ଜଣ ଲେଖାଏଁ, ନବରଙ୍ଗପୁରରୁ ୮, ଜଗତସିଂହପୁର ଓ କୋରାପୁଟରୁ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବଲାଙ୍ଗୀରରୁ ୫, ବୌଦ୍ଧରୁ ୪, ଝାରସୁଗୁଡାରୁ ୩ ଏବଂ ଦେବଗଡ଼ରୁ ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହ ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୩୪,୮୦୫କୁ ବୃଦ୍ଧି ପାଇଛି।

Comments are closed.