ଆଉ ୧୭୭୩ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୫୨ ହଜାର ୨୭୬କୁ ବୃଦ୍ଧି

ଭୁବନେଶ୍ବର :  ଶନିବାର ରାଜ୍ୟରୁ ଆଉ ୧୭୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  । ଫଳରେ ଆରୋଗ୍ୟଙ୍କ ସଂଖ୍ୟା ୫୨ ହଜାର ଅତିକ୍ରମ କରିଛି । ଏହି ୧୭୭୩ ଜଣଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୨ ହଜାର ୨୭୬କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଅଯାଇଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୫୪, ଗଞ୍ଜାମରୁ ୨୧୬, କଟକରୁ ୧୪୭, ସମ୍ବଲପୁରରୁ ୧୨୫, କନ୍ଧମାଳରୁ ୯୨, ଯାଜପୁରରୁ ୮୭, ମୟୂରଭଞ୍ଜରୁ ୮୦, ରାୟଗଡାରୁ ୭୭, ପୁରୀରୁ ୭୪, ମାଲକାନଗିରିରୁ ୭୨ ଏବଂ କୋରାପୁଟରୁ ୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସୁନ୍ଦରଗଡ଼ରୁ ୬୮, ବାଲେଶ୍ବରରୁ ୫୮,ନୟାଗଡ଼ରୁ ୫୧, କଳାହାଣ୍ଡି ଓ କେନ୍ଦୁଝରରୁ ୩୮ ଜଣ ଲେଖାଏଁ, ବରଗଡ଼ରୁ ୩୨, ଗଜପତିରୁ ୩୦, ବଲାଙ୍ଗୀରରୁ ୨୬, ଭଦ୍ରକରୁ ୨୫, ନବରଙ୍ଗପୁରରୁ ୨୩, କେନ୍ଦ୍ରାପଡାରୁ ୨୨, ଢେଙ୍କାନାଳରୁ ୨୦, ଝାରସୁଗୁଡାରୁ ୧୯, ଜଗତସିଂହପୁରରୁ ୧୫ ଏବଂ ଅନୁଗୋଳରୁ ୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟ ପକ୍ଷରେ ନୂଆପଡ଼ା ଏବଂ ସୁବର୍ଣ୍ଣପୁରରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୫୨ ହଜାର ୨୭୬କୁ ବୃଦ୍ଧି ପାଇଛି।

Comments are closed.