ରାଜ୍ୟରେ ସୁସ୍ଥ ହେଲେ ୧୬୮, ସୁସ୍ଥ ସଂଖ୍ୟା ୪୨୯୧କୁ ବୃଦ୍ଧି

ରାଜ୍ୟରେ ଆଜି ୨୧୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୮ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡିଛି। ଗଂଜାମରୁ ସର୍ବାଧିକ ୩୯ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ଓ ଗଜପତିରୁ ୨୩ ଜଣ ଲେଖାଏଁ, ପୁରୀରୁ ୧୯, ବରଗଡାରୁ ୧୩, ସୁନ୍ଦରଗଡ଼ରୁ ୮, ବାଲେଶ୍ୱରରୁ ୭, ଭଦ୍ରକ ଓ ରାୟଗଡ଼ାରୁ ୫ ଜଣ ଲେଖାଏଁ, ମାଲକାନଗିରି, କେନ୍ଦ୍ରାପଡା, କେନ୍ଦୁଝର, ଜଗତସିଂହପୁର ଓ ସୋନପୁରରୁ ୪ ଜଣ ଲେଖାଏଁ, ଅନୁଗୁଳରୁ ୩, ଢେଙ୍କାନାଳରୁ ୨ ଏବଂ ଝାରସୁଗୁଡ଼ାରୁ ଜଣେ ସୁସ୍ଥ ହୋଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୨ ଲକ୍ଷ ୩୯ ହଜାର ୮୧୫ଟି ନମୁନା ପରୀକ୍ଷଣ ଶେଷ ହୋଇଥିବା ବେଳେ ୫୯୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ହେବା ପରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ୧୮୧୫ରେ ରହିଛି।

Comments are closed.