ଆଉ ୧୫୪୪ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୩୦ ହଜାର ଟପିଲା

ଭୁବନେଶ୍ୱର : ଶନିବାର ରାଜ୍ୟରୁ ଆଉ ୧୫୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୩୦ ହଜାର ଅତିକ୍ରମ କରିଛି। ଶନିବାର ଏହି ୧୫୪୪ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିବା ସହ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୩୦,୨୪୧କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଗଞ୍ଜାମରୁ ସର୍ବାଧିକ ୫୬୦, ଖୋର୍ଦ୍ଧାରୁ ୨୦୩, କୋରାପୁଟରୁ ୧୪୩, ଗଜପତିରୁ ୭୫, ନୟାଗଡ଼ରୁ ୬୨, ସୁନ୍ଦରଗଡରୁ ୫୯, କନ୍ଧମାଳରୁ ୪୧, କଟକରୁ ୩୭, କଳାହାଣ୍ଡି ଓ ରାୟଗଡାରୁ ୩୬ ଜଣ ଲେଖାଏଁ ଏବଂ ଯାଜପୁରରୁୁ ୩୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରିି ବାଲେଶ୍ୱରରୁ ୩୩, ପୁରୀରୁ ୩୨, ସମ୍ବଲପୁରରୁୁ ୩୧, ମାଲକାନଗିରିରୁ ୨୪, କେନ୍ଦ୍ରାପଡାରୁ ୨୧, କେନ୍ଦୁଝରରୁ ୧୭, ବରଗଡ଼ ଓ ବଲାଙ୍ଗିରରୁ ୧୬ ଜଣ ଲେଖାଏଁ, ଢେଙ୍କାନାଳରୁ ୧୩, ମୟୂରଭଞ୍ଜରୁ ୧୨, ଭଦ୍ରକ, ଜଗତସିଂହପୁର ଏବଂ ସୁବର୍ଣ୍ଣପୁରରୁ ୮ ଜଣ ଲେଖାଏଁ, ଅନୁଗୋଳ ଏବଂ ନୂଆପଡାରୁ ୬ ଜଣ ଲେଖାଏଁ ଏବଂ ନବରଙ୍ଗପୁରରୁ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜି ମଧ୍ୟ ଝାରସୁଗୁଡାରୁ ୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଆଜିର ୧୫୪୪କୁ ମିଶାଇ ଏଯାବତ ରାଜ୍ୟରେ କରୋନା ଆକ୍ରାନ୍ତ ଆରୋଗ୍ୟଙ୍କ ସଂଖ୍ୟା ୩୦,୨୪୧ ରେ ପହଞ୍ଚିିଛି।

Comments are closed.