ଆଉ ୧୫୪୩ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୩୧,୭୮୪କୁ ବୃଦ୍ଧି

ଭୁବନେଶ୍ୱର : ରବିିବାର ରାଜ୍ୟରୁ ଆଉ ୧୫୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୩୧ ହଜାର ଅତିକ୍ରମ କରିଛି। ରବିିବାର ଏହି ୧୫୪୩ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିବା ସହ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୩୧,୭୮୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଗଞ୍ଜାମରୁ ସର୍ବାଧିକ ୪୦୨, ଖୋର୍ଦ୍ଧାରୁ ୨୧୦, କଟକରୁ ୧୩୧, କୋରାପୁଟରୁ ୧୨୮, ଗଜପତିରୁ ୧୧୧, ବାଲେଶ୍ୱରରୁ ୮୩, ଯାଜପୁରରୁୁ ୫୮, ସମ୍ବଲପୁରରୁୁ ୪୯, ମାଲକାନଗିରିରୁ ୪୭ ଏବଂ କନ୍ଧମାଳରୁ ୪୬ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି ରାୟଗଡାରୁ ୩୫, ନୟାଗଡ଼ରୁ ୩୩, ଭଦ୍ରକରୁ ୩୧, ଜଗତସିଂହପୁର ୨୭, କଳାହାଣ୍ଡିରୁ ୨୫, କେନ୍ଦୁଝରରୁ ୨୩, ଢେଙ୍କାନାଳରୁ ୨୧, ନବରଙ୍ଗପୁର ଓ ମୟୂରଭଞ୍ଜରୁ ୧୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ପୁରୀରୁ ୧୪, ବଲାଙ୍ଗିର ଓ କେନ୍ଦ୍ରାପଡାରୁ ୧୦ ଜଣ ଲେଖାଏଁ, ସୁବର୍ଣ୍ଣପୁରରୁ ୭ ଓ ଝାରସୁଗୁଡାରୁ ୫ ଏବଂ ସୁନ୍ଦରଗଡରୁ ୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହିଭଳି ବରଗଡରୁ ୨ ଓ ଅନୁଗୋଳରୁ ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ରାଜ୍ୟରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୩୧,୭୮୪ କୁ ବୃଦ୍ଧି ପାଇଛି।

Comments
Loading...