ସୁସ୍ଥ ହେଲେ ଆଉ ୧,୫୨୦ କରୋନା ଆକ୍ରାନ୍ତ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୨,୦୭୩କୁ ବୃଦ୍ଧି

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୧,୫୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୨,୦୭୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୮୫, ମୟୂରଭଞ୍ଜରୁ ୧୧୩, କଟକରୁ ୧୦୨, ଜଗତସିଂହପୁରରୁ ୯୪, ଅନୁଗୋଳରୁ ୮୯, ନୂଆପଡାରୁ ୭୦, ଝାରସୁଗୁଡା ୬୮, ସୁନ୍ଦରଗଡ଼ରୁ ୬୫, ବଲାଙ୍ଗୀରରୁ ୬୩, କେନ୍ଦ୍ରାପଡାରୁ ୫୩ ଏବଂ ବାଲେଶ୍ବରରୁ ୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଯାଜପୁରରୁ ୪୮, ବରଗଡ଼ରୁ ୪୬, ପୁରୀ ୪୫, ଗଞ୍ଜାମରୁ ୩୬, ସମ୍ବଲପୁରରୁ ୨୭, ଭଦ୍ରକରୁ ୨୬, ଢେଙ୍କାନାଳ ଓ ସୁବର୍ଣ୍ଣପୁରରୁ ୨୫ ଜଣ ଲେଖାଏଁ, କଳାହାଣ୍ଡି ଓ କୋରାପୁଟରୁ ୨୪ ଜଣ ଲେଖାଏଁ, ବୌଦ୍ଧରୁ ୧୭, ନବରଙ୍ଗପୁର ଓ ନୟାଗଡ଼ରୁ ୧୬ ଜଣ ଲେଖାଏଁ, ଦେବଗଡ଼ରୁ ୧୧, ରାୟଗଡାରୁ ୧୦ ଓ କନ୍ଧମାଳରୁ ୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ମାଲକାନଗିରିରୁ ୮, ଗଜପତିରୁ ୫ ଓ ଷ୍ଟେଟ ପୁଲରୁ  ୨୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ  ଆରୋଗ୍ୟଙ୍କ ସଂଖ୍ୟା ୨,୮୨,୦୭୩ କୁ ବୃଦ୍ଧି ପାଇଛି।

Comments are closed.