ସୁସ୍ଥ ହେଲେ ଆଉ ୧୪୧ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୨ ଟପିଲା

ଭୁବନେଶ୍ବର : ରବିବାର  ରାଜ୍ୟରୁ ଆଉ ୧୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ଟପି ଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ସମ୍ବଲପୁରରୁ ସର୍ବାଧିକ ୧୬, ପୁରୀରୁ ୧୫, ସୁନ୍ଦରଗଡ଼ରୁ ୧୪, ବାଲେଶ୍ବରରୁ ୧୧, ବରଗଡ଼ ଓ କଟକରୁ ୯ ଜଣ ଲେଖାଁଏ, ଖୋର୍ଦ୍ଧା, ଭଦ୍ରକ ଓ ଯାଜପୁରରୁ ୮ ଜଣ ଲେଖାଁଏ, ଜଗତସିଂହପୁର ଓ ନୂଆପଡାରୁ ୬ ଜଣ ଲେଖାଁଏ ଏବଂ ବଲାଙ୍ଗୀରରୁ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଅନୁଗୋଳ, ଝାରସୁଗୁଡା ଓ ନବରଙ୍ଗପୁରରୁ ୪ ଜଣ ଲେଖାଏଁ, ଗଞ୍ଜାମ ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ, କଳାହାଣ୍ଡିରୁ ୨ ଜଣ, ଦେବଗଡ଼, କେନ୍ଦ୍ରାପଡା, କୋରାପୁଟ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଁଏ ଏବଂ ଷ୍ଟେଟ ପୁଲରୁ ୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୧୦୩କୁ ବୃଦ୍ଧି ପାଇଛି ।

Comments are closed.