ଆଉ ୧୩୭ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୭୪୩କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୧୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୭୪୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଗଞ୍ଜାମରୁ ସର୍ବାଧିକ ୩୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୯, କଟକରୁ ୨୨ ଓ ବାଲେଶ୍ବରରୁ ୧୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ ଯାଜପୁରରୁ ୯, କଳାହାଣ୍ଡିରୁ ୬, ଭଦ୍ରକରୁ ୪ ଏବଂ ମୟୂରଭଞ୍ଜ, ନୟାଗଡ ଓ ପୁରୀରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ତେବେ ବୌଦ୍ଧ, ବରଗଡ,ଝାରସୁଗୁଡା ଏବଂ କେନ୍ଦ୍ରାପଡାରୁ ଆଜି ୨ ଜଣ ଲେଖାଏଁ ଏବଂ ଅନୁଗୋଳ, ବଲାଙ୍ଗୀର, ଜଗତସିଂହପୁର ଓ ନୂଆପଡାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଯଥାରେ ଘରୁ ବାହାରକୁ ନ ବାହାରିବାକୁ ଓ କରୋନାକୁ ଘରେ ପଶିବାକୁ ଦିଅନ୍ତୁ ନାହିଁ ବୋଲି ନିବେଦନ କରାଯାଇଛି। ଅତି ଜରୁରୀ କାମରେ ବାହାରକୁ ଗଲେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ ଓ ସାମାଜିକ ଦୂରତା ବଜାୟ ରଖିବା ସହ ଘରକୁ ଫେରିଲେ ସାବୁନ୍ ଓ ପାଣିରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୁଅନ୍ତୁ। ସଚେତନ ହୁଅନ୍ତୁ ଓ ସୁରକ୍ଷିତ ରହିବା ପାଇଁ ନିବେଦନ କରାଯାଇଛି।

 

Comments are closed.