ଆଉ ୧୧ ହଜାର ୫୫୧ ସୁସ୍ଥ : ଆରୋଗ୍ୟ ସଂଖ୍ୟା ୬.୩୫ ଲକ୍ଷରୁ ଅଧିକ

ଭୁବନେଶ୍ୱର : ରାଜ୍ୟରେ ଗୁରୁବାର ଆଉ ୧୧ ହଜାର ୫୫୧ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬ ଲକ୍ଷ ୩୫ ହଜାର ୧୭୯କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୩୫, ସୁନ୍ଦରଗଡ଼ରୁ ୮୧୯ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହପରି କଟକରୁ ୭୦୯, ସମ୍ବଲପୁରରୁ ୬୯୬, ଯାଜପୁରରୁ ୬୯୫, କଳାହାଣ୍ଡିରୁ ୫୯୫, ଅନୁଗୁଳରୁ ୫୮୮, ମୟୂରଭଞ୍ଜରୁ ୪୯୫, ନବରଙ୍ଗପୁରରୁ ୪୦୫, ଗଞ୍ଜାମରୁ ୩୬୮ ଏବଂ ପୁରୀରୁ ୩୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଭଦ୍ରକରୁ ୩୪୯, କୋରାପୁଟରୁ ୩୨୧, ବରଗଡ଼ରୁ ୩୧୮, ଜଗତସିଂହପୁରରୁ ୩୦୬, ବଲାଙ୍ଗିରରୁ ୨୮୮, କେନ୍ଦୁଝରରୁ ୨୭୩, ବାଲେଶ୍ୱରରୁ ୨୬୯, ନୟାଗଡ଼ରୁ ୨୬୩, ଝାରସୁଗୁଡ଼ାରୁ ୨୬୨, ସୁବର୍ଣ୍ଣପୁରରୁ ୨୪୮, ରାୟଗଡାରୁ ୨୨୭, ବୌଦ୍ଧରୁ ୨୧୨, କେନ୍ଦ୍ରାପଡ଼ାରୁ ୨୦୨, ନୂଆପଡ଼ାରୁ ୧୩୬, ଏବଂ ଦେବଗଡରୁ ୧୨୧ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟ ପକ୍ଷରେ ମାଲକାନଗିରିରୁ ୧୦୭, ଢେଙ୍କାନାଳରୁ ୯୧, ଗଜପତିରୁ ୮୬, କନ୍ଧମାଳରୁ ୬୭ ଏବଂ ଷ୍ଟେଟ ପୁଲରୁ ୨୪୬ ଜଣ କରେନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ଏଯାବତ ୬ ଲକ୍ଷ ୩୫ ହଜାର ୧୭୯ ଜଣ କରେନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.