ଆଉ ୧୧୫୦ ଆକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୬,୮୮୭କୁ ବୃଦ୍ଧି

ଭୁବନେଶ୍ୱର : ଗୁରୁବାର ରାଜ୍ୟରୁ ଆଉ ୧୧୫୦ କରେନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ୍‍ ଆରୋଗ୍ୟଙ୍କ  ହଜାର ଅତିକ୍ରମ କରିଛି। ଗୁରୁବାର ଏହି ୧୧୫୦ କରେନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିବା ସହ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା୨୬,୮୮୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଗଞ୍ଜାମରୁ ସର୍ବାଧିକ ୨୯୦, ଖୋର୍ଦ୍ଧାରୁ ୧୯୭, ରାୟଗଡାରୁ ୧୨୧, ସୁନ୍ଦରଗଡରୁ ୭୬, ଯାଜପୁରରୁୁ ୪୭, କୋରାପୁଟରୁ ୪୫, କଟକରୁ ୪୪, ପୁରୀରୁ ୪୦, ନୟାଗଡ଼ରୁ ୩୫, କେନ୍ଦୁଝରରୁ ୩୩, ଓ ବାଲେଶ୍ୱରରୁ ୨୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି କଳାହାଣ୍ଡିରୁ ୨୫, ମୟୂରଭଞ୍ଜରୁ ୨୪, ସମ୍ବଲପୁରରୁୁ ୨୩, ବଲାଙ୍ଗିରରୁ ୨୨, ଭଦ୍ରକରୁ ୧୫, କନ୍ଧମାଳରୁ ୧୪, ଜଗତସିଂହପୁର ଓ କେନ୍ଦ୍ରାପଡାରୁ ୧୧ଜଣ ଲେଖାଏଁ, ମାଲକାନଗିରିରୁ ୧୦, ନୂଆପଡାରୁ ୮, ବରଗଡ଼ରୁ ୭, ଢେଙ୍କାନାଳରୁ ୬ ଓ ଅନୁଗୋଳ ଓ ସୁବର୍ଣ୍ଣପୁରରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଗଜପତି ଓ ଝାରସୁଗୁଡାରୁ ୪ ଜଣ ଲେଖାଏଁ, ବୌଦ୍ଧରୁ ୨ ଏବଂ ନବରଙ୍ଗପୁରରୁ ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.