ଭିମସାର କୋଭିଡ ଡାକ୍ତରଖାନା : ପୁଣି ୧୧ ମୃତ, ୭ ଦିନରେ ୭୩

ବୁର୍ଲା : ଭିମସାର କୋଭିଡ ଡାକ୍ତରଖାନା ହେବା ପରଠାରୁ ଶତାଧିକ ଚିକିତ୍ସାଧୀନଙ୍କ ମୃତ୍ୟୁ ହେଲାଣି। ସୋମବାର ୧୧ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ସମ୍ବଲପୁରର ପାଞ୍ଚ ଜଣ ରୋଗୀ ୬୫ ବର୍ଷୀୟ ବୃଦ୍ଧ, ୪୬ ବର୍ଷୀୟ ପୁରୁଷ, ୫୧ ବର୍ଷୀୟ ପୁରୁଷ, ୩୦ ବର୍ଷୀୟ ଯୁବକ ଏବଂ ୩୪ ବର୍ଷୀୟ ପୁରୁଷ, ବରଗଡ଼ର ତିନିଜଣ ୧୮ ବର୍ଷୀୟା  ଯୁବତୀ, ୬୪ ବର୍ଷୀୟ ବୃଦ୍ଧ ଏବଂ ୩୨ ବର୍ଷୀୟା ମହିଳା, ନୂଆପଡ଼ାର ଦୁଇଜଣ ୬୫ ବର୍ଷିୟା ବୃଦ୍ଧା ଏବଂ ୫୨ ବର୍ଷୀୟ ପୁରୁଷ ଏବଂ ଦେବଗଡ଼ର ଜଣେ ୭୭ ବର୍ଷୀୟ ବୃଦ୍ଧଙ୍କ ଭିମସାର କୋଭିଡ ହସପିଟାଲରେ ମୃତ୍ୟୁ ଘଟିଛି। ଏହି ୭ ଦିନ ମଧ୍ୟରେ ୭୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି କୋଭିଡ ଡାକ୍ତରଖାନାରେ ୨୦୦ରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସାଧୀନ ରହିଛନ୍ତି।

ସୂଚନା ଥାଉକି, ଗତକାଲି ରବିବାର ୮ ଜଣ, ଶନିବାର ୧୨ ଜଣ, ଶୁକ୍ରବାର ୮ ଜଣ, ଗୁରୁବାର ୧୧ ଜଣ, ବୁଧବାର ୧୧ ଜଣ, ମଙ୍ଗଳବାର ୧୧ ଜଣ, ସୋମବାର ୬ ଜଣ ଏବଂ ରବିବାର ଭିମସାର କୋଭିଡ ହସପିଟାଲରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। କୋଭିଡ ଡାକ୍ତରଖାନା ଆରମ୍ଭ ଦିନଠାରୁ ସମୁଦାୟ ମୃତ୍ୟୁ ସଂଖ୍ୟା ୩୯୦ରେ ପହଞ୍ଚିଲାଣି।

Comments are closed.