ସୁସ୍ଥ ହେଲେ ଆଉ ୧୦୮ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୫୩୫କୁ ବୃଦ୍ଧି

ଭୁବନେଶ୍ବର : ବୁଧବାର  ରାଜ୍ୟରୁ ଆଉ ୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୫୩୫କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ସମ୍ବଲପୁରରୁ ସର୍ବାଧିକ ୧୯, ପୁରୀରୁ ୧୭, ସୁନ୍ଦରଗଡ଼ରୁ ୧୫, ନୂଆପଡାରୁ ୧୦, ବାଲେଶ୍ବରରୁ ୯,  ଅନୁଗୋଳରୁ ୮, ଖୋର୍ଦ୍ଧାରୁ ୫, ଜଗତସିଂହପୁରରୁ ୪, ବରଗଡ଼,ଯାଜପୁର ଓ ଝାରସୁଗୁଡାରୁ ୩ ଜଣ ଲେଖାଁଏ ଏବଂ କଟକରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଗଞ୍ଜାମ ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଁଏ, ଦେବଗଡ଼, ଗଜପତି, କଳାହାଣ୍ଡି, କେନ୍ଦ୍ରାପଡା ଓ ରାୟଗଡା ଏବଂ ଷ୍ଟେଟ ପୁଲରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୫୩୫କୁ ବୃଦ୍ଧି ପାଇଛି ।

Comments are closed.