ଆଉ ୧୦ ହଜାର ୭୮୧ କୋରୋନା ଆକ୍ରାନ୍ତ ସୁସ୍ଥ : ୫ ଲକ୍ଷ ଟପିଲା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଶନିବାର ଆଉ ୧୦ ହଜାର ୭୮୧ କୋରୋନା ଆକ୍ରାନ୍ତ ଆଉ ସୁସ୍ଥ ହୋଇଛନ୍ତି। ଏଥି ସହିତ ଆରୋଗ୍ୟ ସଂଖ୍ୟା ୫ ଲକ୍ଷ ଟପିଛି। ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫ ଲକ୍ଷ ୨ ହଜାର ୪୫୫କୁ ବୃଦ୍ଧି ପାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୬୦୫, ସୁନ୍ଦରଗଡ଼ରୁ ୧୧୮୬ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହପରି କଟକରୁ ୯୬୬, କଳାହାଣ୍ଡିରୁ ୫୬୬, ଅନୁଗୁଳରୁ ୫୫୭, ବରଗଡ଼ରୁ ୫୩୦, ସମ୍ବଲପୁରରୁ ୪୫୮, ଝାରସୁଗୁଡ଼ାରୁ ୪୨୨, ପୁରୀରୁ ୩୬୬ ଓ ନବରଙ୍ଗପୁରରୁ ୩୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନ୍ୟ ପକ୍ଷରେ ଗଞ୍ଜାମରୁ ୨୮୫, ନୟାଗଡ଼ରୁ ୨୬୭, ବଲାଙ୍ଗିରରୁ ୨୫୮, ମୟୂରଭଞ୍ଜରୁ ୨୫୭, ନୂଆପଡ଼ାରୁ ୨୫୬, ବୌଦ୍ଧରୁ ୨୫୧, କୋରାପୁଟରୁ ୨୧୮, କେନ୍ଦୁଝରରୁ ୨୦୬, ଯାଜପୁରରୁ ୧୭୭, ଢେଙ୍କାନାଳରୁ ୧୬୩, ଭଦ୍ରକରୁ ୧୫୭, ଜଗତସିଂହପୁରରୁ ୧୪୭, ସୁବର୍ଣ୍ଣପୁରରୁ ୧୪୪, କେନ୍ଦ୍ରାପଡ଼ାରୁ ୧୪୩ ଏବଂ ରାୟଗଡାରୁ ୧୩୧ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି ଦେବଗଡରୁ ୧୧୦, ବାଲେଶ୍ୱରରୁ ୯୭, ଗଜପତିରୁ ୯୧, କନ୍ଧମାଳରୁ ୭୬, ମାଲକାନଗିରିରୁ ୬୭ ଏବଂ ଷ୍ଟେଟ ପୁଲରୁ ୨୮୨ ଜଣ କରେନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ଏଯାବତ ୫ ଲକ୍ଷ ୨ ହଜାର ୪୫୫ ଜଣ କରେନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.