ଜିଲା କ୍ରୀଡା ସଂସଦର ବାର୍ଷିକ କ୍ରୀଡା ଉଦ୍‍ଘାଟିତ

ବଲାଙ୍ଗିର: ଶୁକ୍ରବାର ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଜିଲା କ୍ରୀଡାସଂସଦ ଆନୁକୂଲ୍ୟରେ ଜିଲା ବାର୍ଷିକ କ୍ରୀଡା ଉଦ୍‍ଘାଟିତ ହୋଇଯାଇଛି। ୧୩ ଓ ୧୪ ଡିସେମ୍ବର ୨୦୧୯ ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗ ଓ ଇଭେଣ୍ଟସ୍‍ରେ ମୋଟ ୧୧୧୦ ଜଣ କ୍ରୀଡାବିତ ଭାଗ ନେଇଛନ୍ତି। ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀଙ୍କ ଆବାହକତ୍ୱ ଓ କ୍ରୀଡା ସମ୍ପାଦକ ବିଭୁତି ଭୂଷଣ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ରାଜେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୟ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡା ଧ୍ୱଜ ଉତ୍ତୋଳନ କରିଥିବାବେଳେ ବଲାଙ୍ଗିର ଉପଜିଲାପାଳ ସଂଜୟ କୁମାର ମିଶ୍ର ଉଦ୍‍ଘାଟକ ଭାବେ ଯୋଗଦେଇ ମାର୍ଚ୍ଚ ଫାଷ୍ଟରେ ପ୍ରତିଯୋଗୀଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ।

ପ୍ରଥମ ଦିବସରେ ପୁରୁଷ ବର୍ଗ ୧୫୦୦ମି:ରେ ଉମେଶ ଚନ୍ଦ୍ର ସେଠ, ଉଚ୍ଚ ଡିଆଁରେ ବିକାଶ ମେହେର, ଟ୍ରିପଲ ଜମ୍ପରେ ରୁକ୍ମଣ ବିଶ୍ୱାଳ, ସଟ୍‍ ପୁଟରେ ଉତ୍ତମ ମଚ୍ଛଖଣ୍ଡ,୧୫୦୦ମି:ରେ ଜୟଦେବ ଧରୁଆ, ଉଚ୍ଚ ଡିଆଁରେ ଆଲୋକ ସାହୁ, ଲମ୍ବ ଡିଆଁରେ ସୁଜିତ ମହାଲିଙ୍ଗ, ସଟ୍‍ପୁଟରେ ଅମନ ପାଣ୍ଡେ, ବାଳକ ୧୮- ୧୫୦୦ ମି:ରେ ଖୁସିରାମ ସେଠ୍‍, ଡିସ୍‍କସ ଥ୍ରୋରେ ଅନିଲକୁମ୍ଭାର, ବାଳକ ୧୬- ୮୦୦ମି:ରେ ମାନୁଏଲ ପୁତ୍ତି, ଲଙ୍ଗଜମ୍ପରେ ନରେଶ ରୋହି ଦାସ, ହେମର ଥ୍ରୋରେ କ୍ରିଷ୍ଣକାନ୍ତ ଅଗ୍ରୱାଲ, ସଟ୍‍ପୁଟରେ ଧରଣି ନାଗ, ବାଳକ ୧୪- ଟ୍ରାଇ ଥଲନ ୧୦୦ ମି.ରେ ମହିନ୍ଦ୍ର ହଁସଦା, ମହିଳା ୧୫୦୦ ମି:ରେ ସଂଗୀତା ବରିହା, ୧୦୦ମି.ରେ ସୁବାସିନି କୁଅଁର, ଡିସ୍‍କସ୍‍ ଥ୍ରୋ ମନ୍ଦାକିନି ପୋଡ, ବାଳିକା ୨୦- ୧୫୦୦ମି:ରେ ଶୁଭକେଶି ମାଝି, ୧୦୦ମି. ପ୍ରତିମା କୁମ୍ଭାର, ଡିସ୍‍କସ୍‍ ଥ୍ରୋରେ ସମୀକ୍ଷା ନନ୍ଦ, ବାଳିକା ୧୮- ୧୫୦୦ ମି:ରେ ଚିନ୍ମୟୀ ବଢ଼ିଆ, ୧୦୦ମି.ରେ ଅନୁପମା ସିଂ, ଡିସ୍‍କସ୍‍ରେ ପ୍ରିୟଙ୍କା ସିପ୍‍କା, ଜାଭଲିନରେ ସୁଚିତା ଗରୁଡ, ବାଳିକା ୧୬- ୮୦୦ମି. ପୁଣ୍ଣିମା ମହାକୁର, ଉଚ୍ଚ ଡିଆଁରେ ନନ୍ଦିତା ମହାଲିଙ୍ଗ, ବାଳିକା ୧୪-ସଟପୁଟରେ ଅନୁଶ୍ରୀ ଚୌଧୁରି ପ୍ରମୁଖ କ୍ରୀଡାବିତ ମାନେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।

Comments are closed.