ଶ୍ରୀଜଗନ୍ନାଥ ବନପ୍ରକଳ୍ପରେ ତୈଳିକ ବୈଶ୍ୟ ସମାଜର ବାର୍ଷିକ ଉତ୍ସବ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବଲାସିଙ୍ଗା ନିକଟ ଗିରାସିଙ୍ଗ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପଠାରେ ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳ ୬ଘ. ସମୟରେ ଚିତ୍ରୋତ୍ପଳା ମହାନଦୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଅଳ୍ପସଂଖ୍ୟକ ସଭ୍ୟକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୂତନ କର୍ମକର୍ତା ମନୋନୀତ କରାଯାଇଥିଲା। ସଭାପତି ଭାବେ ରଘୁନାଥ ସାହୁ, ଉପ ସଭାପତି ଭାବେ କୈଳାସ ଚନ୍ଦ୍ର ସାହୁ, ସଂପାଦକ ବିଜୟ କୁମାର ସାହୁ, ସହ ସଂପାଦକ ଶତୃଘ୍ନ ସାହୁ, କୋଷାଧ୍ୟକ୍ଷ ଭାବେ ଦିଲ୍ଲୀପ କୁମାର ସାହୁ ଏବଂ ଉପଦେଷ୍ଟା ଭାବେ ସୁବାସ ଚନ୍ଦ୍ର ସାହୁ, ଶଙ୍କର୍ଷଣ ସାହୁ, ବିଚିତ୍ର କୁମାର ସାହୁଙ୍କୁ ମନୋନୀତ କରାଯାଇଥିଲା। ଆସନ୍ତା ଦିନରେ ସମାଜକୁ ସୁଦୃଢ କରିବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ଉଦ୍ୟମ କରାଯିବ ବୋଲି ନୂତନ କର୍ମକର୍ତାମାନେ ପ୍ରସ୍ତାବ ଗ୍ରହଣ କରିଥିଲେ।

Comments are closed.