‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ବାର୍ଷିକ ଉତ୍ସବ ସ୍ଥଗିତ

କଟକ : ମାସିକ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ପଞ୍ଚମ ବାର୍ଷିକ ଉତ୍ସବ ଓ ସାରସ୍ବତ ସମାରୋହ ଅପ୍ରେଲ ୪ ତାରିଖ, ରବିବାର ସହିଦ ଭବନ, କଟକଠାରେ ପୂର୍ବାହ୍ଣ ୧୦ଟାରେ ପାଳନ କରାଯିବାକୁ ସ୍ଥିରୀକୃତ ହୋଇଥିଲା। ଏ ସଂକ୍ରାନ୍ତ​ରେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ଲେଖକ/ଲେଖିକାମାନଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଥିଲା। ସଂପ୍ରତି ରାଜ୍ୟରେ କୋଭିଡ୍‌ର ପୁନଃ ଲେଉଟାଣି ପରିପ୍ରେକ୍ଷୀରେ ସରକାର କେତେକ କଟକଣା ଲାଗୁ କରିଛନ୍ତି। ଏହି କଟକଣାକୁ ଦୃଷ୍ଟିରେ ରଖି ସାରସ୍ବତ ସମାରୋହ ଆୟୋଜନ କରିବା ସମ୍ଭବପର ନୁହେଁ। ଏହି ସମାରୋହରେ ରାଜ୍ୟର ବିଭିନ୍ନ ଜିଲା ତଥା ରାଜ୍ୟ ବାହାରୁ ୬ ଶହରୁ ଊର୍ଦ୍ଧ୍ବ ଲେଖକ/ଲେଖିକା, ଶୁଭେଚ୍ଛୁ ତଥା ପୃଷ୍ଠପୋଷକ ଯୋଗ ଦେଇଥା’ନ୍ତି। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ସାରସ୍ବତ ସମାରୋହ ଆୟୋଜନ ସମ୍ଭବପର ନ ହେବାରୁ ଏହି ଉତ୍ସବକୁ ସ୍ଥଗିତ ରଖାଗଲା। ଏଥିନିମନ୍ତେ ଆମେ ଆମର ଅଗଣିତ ଲେଖକ/ଲେଖିକା, ଶୁଭେଚ୍ଛୁ, ପୃଷ୍ଠପୋଷକ ତଥା ବିଜ୍ଞାପନଦାତାଙ୍କଠାରେ କ୍ଷମା ପ୍ରାର୍ଥନା କରୁଛୁ।

Comments are closed.