ମାହାଙ୍ଗା ବହୁଚର୍ଚ୍ଚିତ ଅନ୍ନପୂର୍ଣ୍ଣା ହତ୍ୟା ଘଟଣାର ଡେମୋ ଦେଖାଇଲା ସମ୍ପର୍କୀୟ ଅଭିଯୁକ୍ତ ଭଉଣୀ ଜ୍ୱାଇଁ

0

ମାହାଙ୍ଗା :କଟକ ଜିଲ୍ଲା ମାହାଙ୍ଗା ଥାନା ଭେଡା ଗ୍ରାମର ବହୁଚର୍ଚ୍ଚିତ ଅନ୍ନପୂର୍ଣ୍ଣାଙ୍କୁ ଦୁଷ୍କର୍ମ ହତ୍ୟା ଘଟଣାର ୭ ଦିନପରେ ଭଉଣୀ ଜ୍ୱାଇଁ ତଥା ସାଲେପୁର ଥାନା ତାଳପଦା ଗ୍ରାମର ଦୈତାରୀ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାହାଙ୍ଗା ପୁଲିସ। ବର୍ଷେ ପୂର୍ବେ ଅନ୍ନପୂର୍ଣ୍ଣାଙ୍କ ପରିବାର ସହ ଟଙ୍କା ଦେଣ ନେଣକୁ ନେଇ ହୋଇଥିଲା ବଚସା, ଅନ୍ନପୂର୍ଣ୍ଣାଙ୍କ ଘରକୁ ନଆସିବାକୁ ବାରଣ କରିଥିଲେ ପରିବାର ଲୋକ ଓ ଦୈତାରୀଙ୍କ ପତ୍ନୀ, ଯାହାକୁ ନେଇ ଦୈତାରୀଙ୍କ କାର୍ଯ୍ୟ କଳାପକୁ ସନ୍ଦେହ କରି ଥାନାକୁ ଆଣି ତଦନ୍ତ ଜାରି ରଖିଥିଲେ ପୋଲିସ, ଦେଇଥିବା ଅର୍ଥ ଫେରି ନପାଇବାରୁ ଅନ୍ନପୂର୍ଣ୍ଣାଙ୍କୁ ୧୭ତାରିଖ ସନ୍ଧ୍ୟାରେ ହତ୍ୟା କରିଥିବା ଦୈତାରୀ ସ୍ୱୀକାର କରିଛି, ପ୍ରକାଶ ଥାଉକି ଭେଡା ଗ୍ରାମର ବିଧବା ମହିଳା ଅନ୍ନପୂର୍ଣ୍ଣା ୧୭ ତାରିଖ ସନ୍ଧ୍ୟାରେ ଘରୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଘର ପଛ ପଟ ୨ଶହ ମିଟର ଦୂର ପାଟ ନାଳୀରୁ କ୍ଷତାକ୍ତ ମୃତଦେହ ତାପର ଦିନ ସକାଳୁ ଲୋକ ମାନେ ଦେଖିବାକୁ ପାଇଥିଲେ, ପାରିପାର୍ଶ୍ଵିକ ଅବସ୍ଥାରୁ ତାଙ୍କୁ ଦୁଇ ତିନି ଜଣ ଦୁଷ୍କର୍ମ ପରେ ହତ୍ୟା କରି କେନାଲ ପଙ୍କରେ ଫିଙ୍ଗି ଦେଇଥିବା ମୃତ ଅନ୍ନପୂର୍ଣ୍ଣାଙ୍କ ପୁତ୍ର ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ, ଏହାକୁ ଭିତ୍ତି କରି ପୋଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଭଉଣୀ ଜ୍ୱାଇଁ ଦୈତାରୀ ସ୍ୱାଇଁଙ୍କୁ ଗିରଫ କରି ହତ୍ୟାକାଣ୍ଡ ସ୍ଥଳକୁ ନେଇ କିପରି ହତ୍ୟା କରିଥିଲା ତାହାର ଡେମୋ କରିଛି। ଆଜି ଅପରାହ୍ନରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଲେଖ ପହି ମାହାଙ୍ଗା ଥାନାରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ସହ ହତ୍ୟାକାଣ୍ଡ ସମୟରେ ଅଭିଯୁକ୍ତ ବ୍ୟବହୃତ କରୁଥିବା ବାଇକ, ଶାର୍ଟ ପ୍ୟାଣ୍ଟ,ଚପଲ, ମୋବାଇଲ ଜବତ କରି ଆସାମୀ ଦୈତାରୀକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି, ଘଟଣାରେ ଆହୁରି କିଛି ବ୍ୟକ୍ତି ଜଡିତ ଥିବା ସାଧାରଣରେ ଦାବୀ ହୋଇଛି,ଏହାର ଆଉ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ମୃତ ଅନ୍ନପୂର୍ଣ୍ଣା ପରିବାର ଲୋକ କହିଛନ୍ତି।

While Obamacare has helped many people get insurance, some argue the benefits don’t outweigh…. buy cialis malaysia Does Medicare Cover Viagra.

Leave A Reply