ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନନ୍‍ଙ୍କର ପରଲାକ

0

ବେର୍ଣ୍ଣ : ମିଳିତ ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନନ୍‍ଙ୍କର ପରଲୋକ ହୋଇଯାଇଛି । ୮୦ ବର୍ଷ ବୟସରେ ସୁଇଜରଲାଣ୍ଡର ଏକ ଡ଼ାକ୍ତରଖାନାରେ ତାଙ୍କର ପରଲୋକ ଘଟିଥିବା ପରିବାର ତଥା ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି । ସାମନ୍ୟ ଅସୁସ୍ଥତା ଯୋଗଁ ତାଙ୍କୁ ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଶନିବାର ଅପରାହ୍ନ​ରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି ।
୧୯୯୭ ରୁ ୨୦୦୬ ପର୍ଯ୍ୟନ୍ତ କୋଫି ଆନନ୍‍ ମିଳିତ ଜାତିସଂଘର ମହାସଚିବ ଥିଲେ। ମୂଳତଃ ଘାନାର ବାସିନ୍ଦା ଆନନ୍‍ ଦୁଇଟି କାର୍ଯ୍ୟକାଳ ଅର୍ଥାତ ୧୦ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ଅଧିଷ୍ଠିତ ହୋଇ ସଫଳତାର ସହିତ କାର୍ଯ୍ୟ କରିଥିଲେ। ୨୦୦୧ ମସିହାରେ ତାଙ୍କୁ ସମ୍ମାନ ଜନକ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଆଫ୍ରିକାରେ ସବୁଜ ବିପ୍ଳବ ଏବଂ ବିକାଶ ଓ ସିରିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ବିଶେଷ ଅବଦାନ ରହିଛି।

ଜାତିସଂଘର ମହାସଚିବ ପଦରୁ ଅବସର ନେବା ପରେ ସେ ସୁଜରଲାଣ୍ଡର ଏକ ଗାଁରେ ବସବାସ କରୁଥିଲେ।

Leave A Reply