ସରକାରଙ୍କୁ ଆନ୍ନା ହଜାରେଙ୍କ ଚେତାବନୀ, ଚାଷୀଙ୍କ ଦାବି ପୂରଣ ନହେଲେ ହେବ ଜନ ଆନ୍ଦୋଳନ

ସମାଜସେବୀ ଆନ୍ନା ହାଜାରେ ଆନ୍ଦୋଳନକାରୀ କୃଷକଙ୍କୁ ସମର୍ଥନ କରିଛନ୍ତି।ସେ କହିଛନ୍ତି ଯେ ଯଦି ଚାଷୀଙ୍କ ଦାବି ପୂରଣ ନହୁଏ ତେବେ ସେ ଚାଷୀଙ୍କ ସମର୍ଥନରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ ଆରମ୍ଭ କରିବେ। ୮୩ ବର୍ଷିୟ ଆନ୍ନା ହାଜାରେ କହିଛନ୍ତି, ‘ଲୋକପାଲ ଆନ୍ଦୋଳନ ତତ୍କାଳୀନ କଂଗ୍ରେସ ସରକାରକୁ ଦୋହଲାଇ ଦେଇଥିଲା। ମୁଁ ସେହି ଭଳି ଚାଷୀଙ୍କ ବିରୋଧ ଦେଖୁଛି। ଭାରତ ବନ୍ଦ ଦିନ ମୁଁ ମୋ ଗାଁ ରାଲେଗାଓଁ ସିଦ୍ଧିରେ ଏକ ସଭା ଆୟୋଜନ କରିଥିଲି। ମୁଁ ମଧ୍ୟ କୃଷକଙ୍କ ସମର୍ଥନରେ ଗୋଟିଏ ଦିନ ଉପବାସ କରିଥିଲି।’ ଆନ୍ନା କହିଛନ୍ତି, ଯଦି ସରକାର ଚାଷୀଙ୍କ ଦାବିକୁ ଗ୍ରହଣ ନକରନ୍ତି, ତେବେ ସେ ପୁଣି ଥରେ ‘ଜନ ଆନ୍ଦୋଳନ’ ପାଇଁ ଧାରଣାରେ ବସିବେ ଯାହା ଲୋକପାଲ ଆନ୍ଦୋଳନ ସହିତ ସମାନ ହେବ।

ଗତ କିଛି ମାସ ଧରି ହଜାର ହଜାର କୃଷକ ଏହି ତିନିଟି ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଳନ କରି କେନ୍ଦ୍ର ସରକାରଙ୍କଠାରୁ ସେହି ଆଇନ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି। କୃଷକମାନେ ଭୟ କରୁଛନ୍ତି ଯେ ନୂତନ ନିୟମ ଅନୁଯାୟୀ ସେମାନଙ୍କର ଫସଲକୁ ସ୍ୱଳ୍ପ ମୂଲ୍ୟରେ ଘରୋଇ କ୍ଷେତ୍ର କ୍ରୟ କରାଯାଇପାରିବ। ଏହା ବ୍ୟତୀତ କୃଷକମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେବାରେ ମଧ୍ୟ ଭବିଷ୍ୟତରେ ପ୍ରତ୍ୟାଖ୍ୟାନ କରାଯାଇପାରେ।

ସେ କହିଛନ୍ତି, ଦେଶର କୃଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ ଆନ୍ନା ହାଜାରେ କହିଛନ୍ତି ଯେ କୃଷି ଉପରେ ଅତ୍ୟଧିକ ନିର୍ଭରଶୀଳ କୌଣସି ଦେଶରେ କୃଷକଙ୍କ ବିରୋଧରେ ଆଇନ ଅନୁମୋଦନ ହୋଇପାରିବ ନାହିଁ। ଯଦି ସରକାର ଏହା କରନ୍ତି, ତା’ହେଲେ ଏହା ବିରୋଧରେ ଆନ୍ଦୋଳନ ଗୁରୁତ୍ୱପୂର୍ଣ୍ଣ ଅଟେ।

ଏପର୍ଯ୍ୟନ୍ତ ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ପାଞ୍ଚ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇସାରିଛି, କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଏବେ ଡିସେମ୍ବର ୧୪ରୁ ଦେଶବ୍ୟାପୀ ଆନ୍ଦୋଳନ ପାଇଁ କୃଷକ ସଂଗଠନଗୁଡିକ ଚେତାବନୀ ଦେଇଛନ୍ତି। ଡିସେମ୍ବର ୧୨ରେ ଦିଲ୍ଲୀ-ଜୟପୁର ରାଜପଥ ବନ୍ଦ ଏବଂ ସମସ୍ତ ଟୋଲ ପ୍ଲାଜା ଦଖଲ କରିବାକୁ କୃଷକ ସଂଗଠନ ଘୋଷଣା କରିଛି।

Comments are closed.