ପୁଣି ଅନଶନରେ ବସିଲେ ଅନ୍ନା ହଜାରେ

0

ମୁମ୍ବଇ : ସାମାଜିକ କର୍ମୀ ତଥା ଗାନ୍ଧୀବାଦୀ ନେତା ଅନ୍ନା ହଜାରେ ପୁଣି ଅନଶନରେ ବସିଛନ୍ତି। କେନ୍ଦ୍ରରେ ଲୋକପାଳ ଓ ରାଜ୍ୟଗୁଡିରେ ଲୋକାୟୁକ୍ତ ଗଠନ ଦାବିରେ ଅନ୍ନା ତାଙ୍କ ଗ୍ରାମ ମହାରାଷ୍ଟ୍ର ଅହମଦନଗର ଜିଲା ରାଲେଗାଓଁସିଦ୍ଧିରେ ବୁଧବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନ୍ନା ତାଙ୍କ ଅନଶନରେ ରାଜନେତାଙ୍କ ସାମିଲ ହେବାକୁ ବାରଣ କରିଛନ୍ତି। ସେ କହିଛନ୍ତି ଯେ ଅନଶନ ସମୟରେ ତାଙ୍କ ସହିତ କୌଣସି ରାଜନେତା ମଞ୍ଚ ଉପରେ ବସିପାରିବେ ନାହିଁ। ଲୋକପାଳ ଗଠନ ପାଇଁ ସରକାର ଆଇନ ପ୍ରଣୟନ କରିଥିବାବେଳେ ସରକାର ୫ବର୍ଷ ହେଲା ଲୋକପାଳ ନିଯୁକ୍ତି ପାଇଁ ସମୟ ଗଡାଇ ଚାଲିଛନ୍ତି। ୨୦୧୩ରେ ଲୋକପାଳ ଆଇନ ଗଠନ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ସରକାର ଲୋକପାଳ ନିଯୁକ୍ତି ଦେଇନାହାନ୍ତି। ତେଣୁ ଏହାକୁ ବିରୋଧ କରି ଅନ୍ନା ଅନଶନ ଆରମ୍ଭ କରିଛନ୍ତି। ଲୋକପାଳ ଆଇନ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସୁଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରାଯାଇପାରିବ। ସେହିପରି ଲୋକାୟୁକ୍ତ ଆଇନରେ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ଦୁର୍ନୀତି ଅଭିଯୋଗର ତଦନ୍ତ କରାଯାଇପାରିବ। ଅନ୍ନା କହିଛନ୍ତି ଯେ ତାଙ୍କର ଏହି ଅନଶନ କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତି ବିଶେଷ ବିରୋଧରେ ନୁହେଁ। ଏକ ଉନ୍ନତ ଦେଶ ଗଠନ ଉଦ୍ଦେଶ୍ୟରେ ଏହି ଅନଶନ କରୁଛି। ସେ କହିଛନ୍ତି ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ କେନ୍ଦ୍ର ସରକାର ଲୋକପାଳ ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ୫ବର୍ଷ ହେଲା ସମୟ ଗଡାଇଚାଲିଛନ୍ତି। ସରକାରଙ୍କ ପାଖରେ ଲୋକପାଳ ଗଠନ ପାଇଁ ଏବେ ବି ସମୟ ରହିଛି। ସରକାର ଓ ଅନ୍ନାଙ୍କ ଆନ୍ଦୋଳନରେ ମଧ୍ୟସ୍ଥ କରିଥିବା ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ର ଗିରିଶ ମହାଜନ ଅନଶନରୁ ଓହରିବା ଲାଗି ନିବେଦନ କରିଛନ୍ତି।

Leave A Reply