ବାଜାର ପ୍ରବେଶ କଲା ଆଙ୍କର କମ୍ପାନୀର ୧୦ଓ୍ବାଟ ଓ୍ବୟାର ଲେସ ଫାଷ୍ଟ ଚାର୍ଜର

ଆମେରିକୀୟ କମ୍ପାନୀ ଆଙ୍କର ଭାରତରେ ୧୦ଓ୍ବାଟର ଓୟାର ଲେସ ଚାର୍ଜିଂ ପ୍ୟାଡ୍ ଳଞ୍ଚ କରିଛି। ଯାହାର ନାଁ ‘ପାୱାରୱେଭ୍ ବେସ୍ ପ୍ୟାଡ୍’ ରହିଛି । କମ୍ପାନୀ ଦାବି କରିଛି ଯେ ଏହି ଓ୍ବୟାର ଲେସ ଫାଷ୍ଟ ଚାର୍ଜିଂ ପାଇଁ ସମର୍ଥନ ରହିଛି। ଯାହାକି କୌଣିସ ଉପକରଣକୁ ୨ ଗୁଣ ଶୀଘ୍ର ଚାର୍ଜ କରିବାକୁ ସକ୍ଷମ ଅଟେ । ଏହା ଆମାଜନ ଏବଂ ବିଭିନ୍ନ ଖୁଚୁରା ଷ୍ଟୋରରେ ଉପଲବ୍ଧ ଅଟେ । ଏହା ସହିତ ଏଥିରେ ୧୮ ମାସର ୱାରେଣ୍ଟି ଦିଆଯାଇଛି।  ଏହାର ମୂଲ୍ୟ ହେଉଛି ୧,୯୯୯ ଟଙ୍କା ରହିଛି।

ଅନ୍ୟ ବ୍ରାଣ୍ଡ ଅପେକ୍ଷା ଆଇଫୋନର ୧୦% ଦ୍ରୁତ ଚାର୍ଜିଂ କରିବାରେ ଏହା ସକ୍ଷମ ଅଟେ। ଏହି ୧୦ଓ୍ବାଟର ଓ୍ବୟାର ଲେସ ଚାର୍ଜିଂ ରେ ଆଇଫୋନ୍ ୧୧, ସାମସଙ୍ଗ ଗାଲାକ୍ସି -୧୦। କ୍ୟୁଆଇ-ଏମବେଲ୍ଡ ଉପରକରଣ ଗୁଡିକ ଚାର୍ଜ କରିହେବ ।

Comments are closed.