ଅଞ୍ଜଳୀକୁ ପୂରିଲା ୧୮- ଏଥର ଶିଶୁଙ୍କ ସହ ଯୁବପିଢି ସାମିଲ

ଭୁବନେଶ୍ବର: ଶିଶୁ ଦିବସ ଅବସରରେ ଗୁରୁବାର ଅପରାହ୍ନରେ ଭୁବନେଶ୍ବରର ଚନ୍ଦ୍ରଶେଖରପୁରସ୍ଥିତ ରେଲୱେ ଅଡିଟୋରିୟମ୍ ଠାରେ ଅଞ୍ଜଳୀ ଅନ୍ତର୍ଜାତିକ ଶିଶୁ ମହୋତ୍ସବ ପାଳନ କରାଯିବ। ପ୍ରତି ବର୍ଷ କେବଳ ଶିଶୁମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଚଳିତବର୍ଷ ଯୁବପିଢିଙ୍କୁ ଏଥିରେ ସାମିଲ କରିବା ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ୧୮ ତମ ଅନ୍ତର୍ଜାତିକ ଶିଶୁ ମହୋତ୍ସବ ପାଳନ କରାଯିବ। ଏହି କାର୍ଯ୍ୟକ୍ରମକୁ ‘ସ୍ବାଭିମାନ’ ସଂସ୍ଥା ପକ୍ଷରୁ ଆୟୋଜିତ କରାଯାଇଛି।

ଚାରି ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୧ଟି ଟମ୍‌ ଅଂଶ ଗ୍ରହଣ କରିବେ। ୨୫ଟି ରାଜ୍ୟ ସହ ଓଡିଶାର ୩୦ ଜିଲାର ପିଲାମାନେ ଯୋଗ ଦେବେ। ଚଳିତବର୍ଷ ବାଂଲାଦେଶ, ନେପାଳ, ଅଷ୍ଟ୍ରେଲିଆ ସହ ୟୁରୋପରୁ ପ୍ରତିନିଧିମାନେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ମହୋତ୍ସବ ଉଦ୍‌ଘାଟନ ପୂର୍ବରୁ ସାଢେ ୩ଟାରେ ସୈନିକ ସ୍କୁଲରୁ ‘କାର୍ନିଭାଲ ଅଫ୍ ଲଭ୍’ ନାମକ ଏକ ଶୋଭାଯାତ୍ରା ବାହାରି ସାଢେ ୫ଟାରେ ଅଡିଟୋରିୟମରେ ପହଞ୍ଚିବ। ଆଇଜି ଏକ.କେ ପ୍ରିୟଦର୍ଶୀ ଏବଂ ଅଭିନେତା ସିଦ୍ଧାନ୍ତ ମହାପାତ୍ର ପତକା ଉଡାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବୋଲି ସ୍ବାଭିମାନ ସିଇଓ ସୃତି ମହାପାତ୍ର କହିଛନ୍ତି।

Comments are closed.