ମଣିଷ ପରେ ବିଲେଇ ଏବଂ କୁକୁରଙ୍କୁ କରୋନା ସଂକ୍ରମଣ ଭୟ!

ବାର୍ସିଲୋନା : ଏକ ନୂତନ ଅଧ୍ୟୟନ ଅନୁଯାୟୀ, ମଣିଷ ପରେ ପଶୁମାନେ ମଧ୍ୟ କରୋନା ଭୁତାଣୁ ସଂକ୍ରମିତ ହୋଇପାରନ୍ତି । ଏହି ଅଧ୍ୟୟନରେ ଭୁତାଣୁ ସଂକ୍ରମିତ ହେବା ପାଇଁ ଦଶଟି ଭିନ୍ନ ଭିନ୍ନ ପ୍ରଜାତିର ବିଶ୍ଳେଷଣ କରାଯାଇଥିଲା। ଅଧ୍ୟୟନ ଅନୁଯାୟୀ, ମଣିଷମାନଙ୍କ ପରେ ବିଲେଇ ଏବଂ କୁକୁର ପରି ପ୍ରାଣୀମାନେ କରୋନା ଭୁତାଣୁ ସଂକ୍ରମିତ ହେବାର ଅଧିକ ଆଶଙ୍କା ଥାଏ।

ପିଏଲଓଏସ କମ୍ପ୍ୟୁଟେସନାଲ  ବାୟୋଲୋଜି ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନର ଗବେଷଣାରୁ ଜଣାପଡିଛି ଯେ ବତକ, ମୂଷା, ଘୁଷୁରି ଏବଂ କୁକୁଡ଼ା ସଂକ୍ରମିତ ହେବାର କମ୍ ସମ୍ଭାବନା ଥାଏ। କିନ୍ତୁ ବିଲେଇ ଏବଂ କୁକୁରଙ୍କର ସାର୍ସ-ସିଓବି-୨ ସଂକ୍ରମଣର ଅଧିକ ବିପଦ ଥାଏ।

ସ୍ପେନର ବାର୍ସିଲୋନାରେ ଥିବା ସେଣ୍ଟର ଫର ଜେନୋମିକ୍ ରେଗୁଲେସନ (ସିଆଜି) ର ସହ-ଲେଖକ ଲୁଇସ୍ ସେରାନୋ କହିଛନ୍ତି ଯେ, ବିଲେଇମାନଙ୍କୁ କରୋନା ଭୁତାଣୁ ସଂକ୍ରମଣ କରୁଥିବା ଜଣାପଡିଛି । ସେ କହିଛନ୍ତି ଯେ ମଣିଷ ମାନଙ୍କ ଭଳି ବିଲେଇଙ୍କ କ୍ଷେତ୍ରରେ ସେହି ସମାନ ସ୍ଥିତି ଦେଖିବାକୁ ମିଳେ ନାହିଁ, ଯାହା  ଅନ୍ୟ ପ୍ରାଣୀମାନଙ୍କ ଠାରେ ଦେଖିବାକୁ ମିଳିଥିଏ। ତେବେ ଲୋକମାନଙ୍କୁ ଗୃହପାଳିତ ପଶୁଙ୍କ ଠାରୁ ସଂକ୍ରମିତ ହେବାର କୌଣସି ମାମଲା ମିଳି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Comments are closed.