ଗୋରୁ ଉଭାନ ଘଟଣାରେ ଲୋକାୟୁକ୍ତଙ୍କ କୋର୍ଟରେ ଖୋର୍ଦ୍ଧା ଏସପି ଏବଂ ଥାନା ଅଧିକାରୀଙ୍କ ନାମରେ ମୋକଦମା

ବେଗୁନିଆ :  ବେଗୁନିଆ ଥାନା ଅନ୍ତର୍ଗତ କଡବ ଗ୍ରାମର ଆଦିବାସୀ ସାହିରେ ଗତ ଏପ୍ରିଲ ୧୪ତାରିଖ ଦିନ ବନ୍ଧା ହୋଇଥିବା ୫୦ରୁ ଅଧିକ ଗୋରୁଙ୍କୁ ଲକଡାଉନ ସମୟରେ ବେଗୁନିଆ, ବୋଲଗଡ ତହସିଲଦାର, ଖୋର୍ଦ୍ଧା ଏସଡ଼ିପିଓ ଏବଂ  ବେଗୁନିଆ ଥାନା ଅଧିକାରୀ ଘଟଣାସ୍ଥଳରେ ପଂହଁଚି ଗୋରୁଗୁଡ଼ିକ ଜବତ କରିଥିଲେ l ମାତ୍ର କେହି ଦାବିଦାର ନଥିବା ଯୋଗୁଁ ଗୋରୁଗୁଡ଼ିକ ସେ ସମୟରେ ପଦାରେ ଛାଡି ଦିଆଯାଇଥିଲା l ଗୋରୁଗୁଡ଼ିକ ଏଣେ ତେଣେ ବୁଲୁଥିବାବେଳେ କଡବର ଗୋରୁ ବେପାରୀ ସଂଗେ ସଂଗେ ଆସି କିଛି ଗୋରୁଙ୍କୁ ନେଇଯାଇଥିବାବେଳେ ବେଗୁନିଆ ତଳସାହିରେ କିଛି ଗୋରୁ ପସିଯାଇଥିଲେ l ସେଥିମଧ୍ୟରୁ ୟୁଥ କ୍ଳବର ସଭାପତି ସୁକାନ୍ତ ପରିଡା ୮ଟି ଗୋରୁ ପାଇ ରଖିଥିବାବେଳେ ଦୁଇଦିନ ପରେ ଥାନାର ଜଣେ କନେଷ୍ଟବଳ ରାତିଅଧରେ ଗୋରୁବେପାରୀଙ୍କୁ ସାଙ୍ଗରେ ନେଇ ୩ଟି ଗୋରୁ ଜୋର ଜବରଦସ୍ତ ଫିଟାଇ ନେଇଯାଇଥିଲେ l ଅନ୍ୟ ୫ଟି ଗୋରୁଙ୍କୁ ଭୁବନେଶ୍ୱରସ୍ଥିତ ସିଜୁଆ ଗୋଶାଳାକୁ ପଠାଇବା ପାଇଁ କହି ଥାନାଧିକାରୀ ତାଙ୍କ ଠାରୁ ଆଣି ୩ଟି ଙ୍କୁ ପଠାଇ ବାକି ୨ ଟି ଗୋରୁଙ୍କୁ ଗୋ ସୁରକ୍ଷା ନାଁ ରେ ଗୋରୁବେପାର କରୁଥିବା ଆନିମଲ ଫୋରମର ସକ୍ରିୟ ସଦସ୍ୟ ବେଗୁନିଆର ସନ୍ତୋଷକୁମାର ଦାସଙ୍କୁ ଦେଇଥିଲେ l କିନ୍ତୁ ଏ ସଂକ୍ରାନ୍ତରେ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇବା ପରେ ତା ଉପରେ ତଦନ୍ତ ଆରମ୍ଭ ହୋଇଥିଲା l ସେତେବେଳକୁ ସନ୍ତୋଷଙ୍କ ପାଖରେ ଆଉ ସେ ଗୋରୁ ଦୁଇଟି ନଥିଲେ l ତେଣୁ ଥାନାଧିକାରୀ ତାଙ୍କୁ ଗୋରୁ ଦୁଇଟି ଆଣିବା ପାଇଁ କହିବା ପରେ ସେ ବାହାରେ ବୁଲୁଥିବା ଦୁଇଟି ରୋଗୀଣା ଗୋରୁଙ୍କୁ ନେଇ ଗୋଶାଳା ଜିମା ଦେଇ ଆସିବା ପରେ ସେଥିମଧ୍ୟରୁ ଗୋଟିଏ ସଂଗେ ସଂଗେ ମରିଯାଇଥିଲା l ଏହି ଘଟଣାରେ ଥାନାର ଜଣେ କନେଷ୍ଟବଳ ବଦଳି ହୋଇ ନିଲମ୍ବିତ ହୋଇଥିବା ବେଳେ ଗୋରୁବିକ୍ରି ଅଭିଯୋଗରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l

ଆନିମଲ ଫୋରମର ସଦସ୍ୟ ସନ୍ତୋଷକୁମାର ଦାସଙ୍କୁ ଗୋରୁ ବିକ୍ରି ଅଭିଯୋଗରେ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଏହି ଘଟଣାରେ ଅଭିଯୁକ୍ତମାନେ ଗିରଫ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ସାମାଜିକ କର୍ମୀ ବିଭୁତି ଭୂଷଣ ଦାସ ପ୍ରଶ୍ନ କରିବା ସହିତ ଅନ୍ୟ ଗୋରୁ ଗୁଡିକ କେଉଁପରି ଅବସ୍ଥାରେ କେଉଁଠି ଅଛନ୍ତି ତାହା ଜାଣିବା ପାଇଁ ସେ ଗତ ମେ ମାସ ୩୦ତାରିଖରେ ଖୋର୍ଦ୍ଧା ଏସପି ଏବଂ ବେଗୁନିଆ ଥାନା ଅଧିକାରୀଙ୍କ ନାମରେ ଲୋକାୟୁକ୍ତଙ୍କ କୋର୍ଟରେ ଏକ କେଶ କରିଛନ୍ତି l ଯାହାର କେଶ ନମ୍ବର ହେଉଛି LY573/2020 l ଆସନ୍ତା ୬ ତାରିଖ ଦିନ ଏହି କେଶର ଶୁଣାଣି କରିବା ପାଇଁ ମାନ୍ୟବର କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି l ଏ ସଂକ୍ରାନ୍ତରେ କୋର୍ଟ ଆଡିସିନାଲ ସେକ୍ରେଟାରୀ ଟି ମାଝୀ ଓଏଏସ(ଏସଏଜି) ସାମାଜିକ କର୍ମୀ ବିଭୁତିଭୂଷଣ ଦାସଙ୍କୁ ତାଙ୍କର ଚିଠି ନମ୍ବର 6849LYdt7/7/20ରେ ଜଣାଇଛନ୍ତି l

Comments are closed.