ଆରମ୍ଭ ହେଲା କୁକୁଡା ମରା ଅଭିଯାନ: ଚିଲିକାରୁ ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। ଚିଲିକାରୁ ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇଛି। ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ନମୁନା ସଂଗ୍ରହ କରାଯାଇ ଭୋପାଳା ଟେଷ୍ଟିଂ ଲ୍ୟାବକୁ ପଠାଯିବାର ବ୍ୟବସ୍ଥା କରାଯାଉଛି।

ସୂଚନାଯୋଗ୍ୟ, ସୋମବାର ଓୟୁଏଟି କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। କିଛି ଦିନ ଧରି ଫାର୍ମରେ କୁକୁଡା ମରିବା ପରେ ଭୋପାଳସ୍ଥିତ ପରୀକ୍ଷାଗାରାକୁ ନମୁନା ପଠାଯାଇଥିଲା। ଭୋପାଳରୁ ଆସିଥିବା ରିପୋର୍ଟ ଅନୁଯାୟୀ ନମୁନା ପଜିଟିଭ ଥିବା ଜଣାପଡିଥିଲା। ବାର୍ଡ ଫ୍ଲୁ ଚିହ୍ନଟ ସ୍ଥାନ ଠାରୁ ୧ କିମି ବ୍ୟାସାର୍ଦ୍ଧ ଅଞ୍ଚଳରୁ ସଂକ୍ରମିତ ଅଞ୍ଚଳ ଏବଂ ୧ରୁ ୧୦ କିମି ବ୍ୟାସର୍ଦ୍ଧ ଅଞ୍ଚଳକୁ ନିରୀକ୍ଷଣ ଅଞ୍ଚଳ ରୂପେ ଘୋଷଣା କରାଯାଇଛି।

Comments are closed.