ଶ୍ରୀଜିଉଙ୍କୁ ଦର୍ଶନ କଲେ କ୍ରିକେଟର ଅନୀଲ କୁମ୍ବଲେ

0

ପୁରୀ:  ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ଶୁକ୍ରବାର ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଶୁକ୍ରବାର ତାଙ୍କ ଝିଅ ଜନ୍ମଦିନ ହୋଇଥିବାରୁ ଜଗନ୍ନାଥଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଛନ୍ତି ବୋଲି କୁମ୍ବଲେ କହିଛନ୍ତି । ମଙ୍ଗଳ ଆଳତି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରି ସେ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ଗଣମାଧ୍ୟମରେ କୁମ୍ବଲେ କହିଛନ୍ତି । ଜିଲ୍ଳା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସିଂହଦ୍ୱାର ନିକଟରେ ଅନୀଲ କୁମ୍ବଲେଙ୍କୁ ସ୍ବାଗତ କରାଯାଇଥିଲା ।

Leave A Reply