ସ୍କୁଲ୍‍ସ୍ତରୀୟ କ୍ରୀଡ଼ା ହ୍ରାସ ପାଉଛି : କୁମ୍ବଲେ

0

ଭୁବନେଶ୍ୱର : ଓଡ଼ିଶା ସରକାର ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବା ଲାଗି ଆଗେଇ ଆସିବା ଭାରତର କ୍ରୀଡ଼ା ଭବିଷ୍ୟତକୁ ଉଜ୍ଜ୍ୱଳମୟ କରିଛି। ତୃଣମୂଳସ୍ତରରୁ ପ୍ରତିଭା ଚିହ୍ନଟ କରିବା ଦ୍ୱାରା ହିଁ କ୍ରୀଡ଼ାର ବିକାଶ ହୋଇପାରିବ। ପୂର୍ବାପେକ୍ଷା ଏବେ ବିଦ୍ୟାଳୟସ୍ତରରେ କ୍ରୀଡ଼ାର ଗୁରୁତ୍ୱ ହ୍ରାସ ପାଉଛି। ବିଦ୍ୟାଳୟସ୍ତରରୁ କ୍ରୀଡ଼ାପ୍ରତି ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି କହିଛନ୍ତି କିମ୍ବଦନ୍ତୀ କ୍ରିକେଟର ଅନୀଲ କୁମ୍ବଲେ। ଓଡ଼ିଶା ସରକାରଙ୍କ ସହିତ ଭାରୋତ୍ତୋଳନ ହାଇପର୍ଫମାନ୍ସ ସେଣ୍ଟର ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ଅବସରରେ କୁମ୍ବଲେ କହିଥିଲେ ଯେ, ଓଡ଼ିଶାରେ ଏବେ କ୍ରୀଡାର ମାହୋଲ ସୃଷ୍ଟି ହୋଇଛି। ହାଇପର୍ଫମାନ୍ସ ଏକାଡ଼େମୀ ନିର୍ମାଣ ଦ୍ୱାରା ପ୍ରତିଭାବାନ୍‍ ଖେଳାଳିମାନେ ପ୍ରଶିକ୍ଷଣ ହାସଲ କରିବାର ସୁଯୋଗ ପାଇବେ। ଏଭଳି ଏକ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ରିକେଟର କୁମ୍ବଲେ ପ୍ରଶଂସା କରିବା ସହିତ ହକି ବିଶ୍ୱକପର ସଫଳ କାମନା କରିଥିଲେ।

Leave A Reply