କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଉତ୍ତରାଞ୍ଚଳର ଅତିରିକ୍ତ ଦାୟିତ୍ୱ 

ଯାଜପୁର : କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସମ୍ବଲପୁରର ଅତିରିକ୍ତ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ନିରଂଜନ ସାହୁ ଚଳିତ ମାସ ୩୧ ତାରିଖରେ ଅବସର ନେଉଥିବାରୁ ଶ୍ରୀ ସାମଲଙ୍କୁ ଏହି ଦାୟିତ୍ୱରେ ସରକାର ଅବସ୍ଥାପିତ କରିଛିନ୍ତି। ଶ୍ରୀ ସାମଲଙ୍କୁ ଯାଜପୁରର ବୁଦ୍ଧିଜିବୀ, ସଂସ୍କୃତି ପ୍ରେମୀ ଓ ଜିଲ୍ଲାବାସୀ ଏଥିପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ମା’ ବିରଜାଙ୍କୁ ତାଙ୍କର ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି।

Comments are closed.