‘ମି ଠୁ’ ଅଭିଯାନକୁ ପ୍ରଶଂସା କଲେ ଅନିଲ କାପୁର

0

ମୁମ୍ବଇ : ସମଗ୍ର ବଲିଉଡ ଜଗତ ବର୍ତ୍ତମାନ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚର୍ଚ୍ଚା କୌଣସି ଚଳଚ୍ଚିତ୍ର ନିର୍ମାଣକୁ ନେଇ ନୁହେଁ ବରଂ ବର୍ତ୍ତମାନ ଭାରତରେ ଚାଲୁଥିବା ‘ମି ଠୁ’ ଅଭିଯାନ ବଲିଉଡର ବହୁ କଳାକାର ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି। ଏହି ମି ଠୁ ଅଭିଯାନକୁ ନେଇ ବଲିଉଡର କୌଣସି ଲୋକପ୍ରିୟ କଳାକାର ମୁହଁ ଖୋଲୁନାହାନ୍ତି। କିନ୍ତୁ ଗୁରୁବାର ଅଭିନେତା ଅନିଲ କାପୁର ‘ମି ଠୁ’ କୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯାହା ବି ହେଉଛି ଭଲ ହେଉଛି ବୋଲି କହୁଛନ୍ତି। ମୋ ପରିବାରରେ ତିନି ଜଣ ମହିଳା ରହିଛନ୍ତି ଓ ସମସ୍ତେ ଆତ୍ମନିର୍ଭରଶୀଳ ଅଛନ୍ତି। ତେଣୁ ଦେଶର ଲୋକମାନେ ମହିଳାମାନଙ୍କର କଥା ଶୁଣିବା ଦରକାର। ସେ ଆହୁରି କହିଛନ୍ତି ମହିଳା ମାନଙ୍କୁ ସମସ୍ତ କ୍ଷେତ୍ରରେ ପ୍ରାଥମିକତା ଦେବା ଦରକାର। ଅଭିନେତା ଅନିଲ କାପୁର ଏହାକୁ ଖୁବ ପ୍ରଂଶସା କରିଛନ୍ତି। ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଅଭିନେତା ନାନା ପାଟକରଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ କରିଥିଲେ।

Leave A Reply