ବାୟୁସେନା ପୋଷାକ ପାଇଁ କ୍ଷମା​‌ ମାଗିଲେ ଅନିଲ କପୁର

ମୁମ୍ବଇ : ନେଟ୍‌ଫ୍ଲିକ୍ସ ପ୍ଲାଟଫର୍ମରେ ପ୍ରଦର୍ଶିତ ‘ଏକେ ଭର୍ସସ୍‌ ଏକେ’ ଚଳଚ୍ଚିତ୍ର ପାଇଁ ଅଭିନେତା ଅନିଲ କପୁର ଭାରତୀୟ ବାୟୁସେନା​ ନିକଟରେ କ୍ଷମା ମାଗିଛନ୍ତି। ଏହି ଚଳଚ୍ଚିତ୍ରରେ ଅନିଲ ବାୟୁସେନାର ପୋଷାକ ପିନ୍ଧିଛନ୍ତି; କିନ୍ତୁ ଏହା ସେ ଠିକ୍‌ ଭାବେ ପିନ୍ଧି ନ ଥିବା ଓ ଏହି ମର୍ଯ୍ୟାଦାଜନକ ପୋଷାକ ପିନ୍ଧି ଅଶାଳୀନ ସଂଳାପ କହୁଥିବାରୁ ବିମାନ ବାହିନୀ ପକ୍ଷରୁ ବୁଧବାର ପ୍ରତିବାଦ କରାଯାଇଥିଲା।

ଏହି ଦୃଶ୍ୟଗୁଡ଼ିକୁ ଚଳଚ୍ଚିତ୍ରରୁ ବାଦ ଦେବା ପାଇଁ ବାୟୁସେନା ପକ୍ଷରୁ କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ ଅନିଲ କହିଛନ୍ତି ଯେ ବିମାନ ବାହିନୀ ଅଧିକାରୀ ତଥା ଯବାନଙ୍କ ଭାବାବେଗ ପ୍ରତି ତାଙ୍କର ପୋଷାକ ଆଘାତ ଦେଇଥିବାରୁ ସେ କ୍ଷମାପ୍ରାର୍ଥୀ। ଏଥିସହିତ ସେ ଏହି ପୋଷାକ ପରିଧାନର ଆଧାର ସମ୍ପର୍କରେ ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି।

Comments are closed.