ଦେଶମୁଖଙ୍କ ୪.୨ କୋଟିର ସମ୍ପତ୍ତି ଜବତ

ମୁମ୍ବଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଓ ତାଙ୍କ ପରିବାର ନାମରେ ଥିବା ୪.୨କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଶୁକ୍ରବାର ଜବତ କରିଛି। ବେଆଇନ ଅର୍ଥ ହେରଫେର ନିରୋଧ ଆଇନ (ପିଏମ୍ଏଲଏ) ଅନୁଯାୟୀ ଏହି ସମ୍ପତ୍ତି ଜବତ କରାଯାଇଛି। ଜବତ ସମ୍ପତ୍ତି ମଧ୍ୟରେ ମୁମ୍ବଇର ୱର୍ଲିରେ ଥିବା ୧.୫୪ କୋଟିର ଏକ ଫ୍ଲାଟ ଓ ରାଇଗଡରେ ଥିବା ୨.୬୭ କୋଟି ଟଙ୍କାର ଜମିବାଡି। ଗୃହ ମନ୍ତ୍ରୀ ଥିବା ସମୟରେ ଦେଶମୁଖ ମୁମ୍ବଇର ବାର ମାଲିକଙ୍କ ଠାରୁ ଚନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗର ଏବେ ତଦନ୍ତ ଚାଲିଛି।

Comments are closed.