ରାଫେଲ ଡିଲ: କଂଗ୍ରେସକୁ ଅନୀଲ ଅମ୍ବାନୀଙ୍କ ଲିଗାଲ ନୋଟିସ୍‍

0

ନୂଆଦିଲ୍ଲୀ: ରାଫେଲ ଡିଲକୁ ନେଇ କଂଗ୍ରେସ ଓ ମୋଦୀ ସରକାରଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଅବ୍ୟାହତ ରହିଥିବାବେଳେ ଏବେ ଅନୀଲ ଅମ୍ବାନୀଙ୍କ କମ୍ପାନୀ ପକ୍ଷରୁ କଂଗ୍ରେସକୁ ଲିଗାଲ ନୋଟିସ ଜାରି କରାଯାଇଛି। ତେଣୁ ଆଗାମୀ ଦିନରେ ଏହାକୁ ନେଇ କଂଗ୍ରେସ ବନାମ ଅନୀଲ ଅମ୍ବାନୀ ପ୍ରସଙ୍ଗରେ ପରିଣତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଅନୀଲ ଅମ୍ବାନୀ ପୂର୍ବରୁ ଏହି ସଂକ୍ରାନ୍ତରେ ୨ଥର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଥିଲେ। ଏବେ କଂଗ୍ରେସ ପ୍ରବକ୍ତା ଜୟବୀର ଶେରଗୀଲଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି। କଂଗ୍ରେସ ପ୍ରବକ୍ତା କୌଣସି ପ୍ରମାଣ ବିନା ଅନୀଲ ଅମ୍ବାନୀଙ୍କ କମ୍ପାନୀ ନାମରେ ଅଭିଯୋଗ କରିଥିବାରୁ ଏଭଳି ନୋଟିସ୍‍ ପ୍ରେରଣ କରାଯାଇଛି। ଏହା ବ୍ୟତୀତ କଂଗ୍ରେସ ବିନା ପ୍ରମାଣରେ ଗୁଜବ ପ୍ରଚାରର ଅଭ୍ୟାସରୁ ଅବ୍ୟାହତ ରହିବାକୁ ଅନୀଲ ଅମ୍ବାନୀ ପରାମର୍ଶ ଦେଇଛନ୍ତି।
ଅନୀଲ ଅମ୍ବାନୀ ସିଧାସଳଖ କଂଗ୍ରେସର ରଣଦ୍ୱୀପ ସୁରଜବାଲା, ଅଶୋକ ଚୌହାନ, ସଞ୍ଜୟ ନିରୁପମ, ଅଭିଶେକ ମନୁ ସିଙ୍ଗବି ପରି ନେତା ଓ ଦଳୀୟ ପ୍ରବକ୍ତା କୌଣସି ପ୍ରମାଣ ନଥାଇ ଅନୀଲ ଅମ୍ବାନୀ ଓ ତାଙ୍କ କମ୍ପାନୀ ସମୁହ ଉପରେ ବାରମ୍ବାର ଅଭିଯୋଗ ଆଣୁଛନ୍ତି। ତେଣୁ ବାଧ୍ୟ ହୋଇ କମ୍ପାନୀ ପକ୍ଷରୁ ଉପରୋକ୍ତ ନେତାଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ କରିବାକୁ ଅନୀଲ ଅମ୍ବାନୀ ବାଧ୍ୟ ହେଉଛନ୍ତି ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି।
ନୋଟିସରେ ନେତାଙ୍କ ପାଖରେ ରାଇଟ ଟୁ ଫ୍ରିଡମ ନିଶ୍ଚିତ ରହିଛି, ତେବେ ସେମାନଙ୍କ ମନ୍ତବ୍ୟ ତଥ୍ୟଭିତ୍ତିକ ହେବା ଆବଶ୍ୟକ। କାରଣ ସେମାନଙ୍କ ମନ୍ତବ୍ୟ କୌଣସି କମ୍ପାନୀ କିମ୍ବା ବ୍ୟକ୍ତିଙ୍କୁ କ୍ଷତି ପହଞ୍ଚାଇବାର ସମ୍ଭାବନା ଦେଖାଦେଇଛି।
ଅପରପକ୍ଷରେ କଂଗ୍ରେସ ପକ୍ଷରୁ ରାଫେଲ ଡିଲକୁ ଏକ ଦୁର୍ନୀତି ବୋଲି ପ୍ରଚାର କରାଯାଉଛି। ବିଜେପି ସରକାର ରାଫେଲ ଯୁଦ୍ଧ ଜାହାଜ ୩ଗୁଣା ମୂଲରେ କ୍ରୟ କରୁଥିବା କଂଗ୍ରେସ ଅଭିଯୋଗ କରୁଛି। ଏପରିକି ଏହି ଡିଲରେ ଜ୍ଞାନକୌଶଳର ଆଦାନ ପ୍ରଦାନ ସମ୍ପର୍କିତ ତଥ୍ୟ ନାହିଁ। ପ୍ରାକ୍ତନ ପ୍ରତିରକ୍ଷା ମନ୍ତ୍ରୀ ଏ କେ ଆଣ୍ଟୋନୀଙ୍କ ସୂଚନା ଅନୁଯାୟୀ ୧୨୬ଟି ବିମାନ ମଧ୍ୟରୁ କେବଳ ୧୮ଟି ଯୁଦ୍ଧ ବିମାନ ଫ୍ରାନ୍ସରେ ନିର୍ମାଣ ହେବାକୁ ଥିବାବେଳେ ଅବଶିଷ୍ଟ ଭାରତୀୟ କମ୍ପାନୀ ଏଚଏଏଲରେ ନିର୍ମାଣ ହେବାର ଚୂଡ଼ାନ୍ତ ହୋଇଥିଲା।

Leave A Reply