ହାତୀ ଆକ୍ରମଣରେ ଚାଷୀ ମୃତ

ବନ୍ତଳା : ଅନୁଗୋଳ ଜିଲା ଜାତୀୟ ରାଜପଥ କଡରେ ଥିବା ମୂଷାପାପୁଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଗୁରୁବାର ଜଣାପଡ଼ିଛି। ମୃତକ ଜଣଙ୍କ ହେଉଛନ୍ତି ସେହି ଗାଁର ପାଣ୍ଡବ ସାହୁ ।
ସୂଚନା ଯୋଗ୍ୟ, ଗତକାଲି ରାତିରେ ବଡ଼କେରଜାଙ୍ଗ ପଟରୁ କିଛି ହାତୀ ଗାଁ ମୁଣ୍ଡକୁ ପଶି ଆସିଥିଲେ ।ପାଣ୍ଡବ ଆଜି ଭୋର ସମୟରେ ବିଲକୁ କାମ କରିବାକୁ ଯାଉଥିଲେ ।ତେବେ ବାଟରେ ହାତୀ ଥିବା କଥା ସେ ଜାଣି ପାରି ନଥିଲେ । ଫଳରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ତା’ଶୁଣ୍ଢରେ ପାଣ୍ଡବଙ୍କୁ ଟେକି କଚାଡି ଦେଇଥିଲା,ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା।ବହୁ ସମୟ ପର୍ୟ୍ୟନ୍ତ ଘଟଣା ସ୍ଥଳରେ କୌଣସି ବନବିଭାଗର କର୍ମଚାରୀ ପହଁଚି ନଥିବାରୁ ଘଟଣା ସ୍ଥଳରେ ଚାପା ଉତେଜ୍ଜନା ଲାଗିରହିଥିବା ଜଣାପଡିଛି।

Comments are closed.