ସ୍କୁଟିକୁ ଧକ୍କା ଦେଲା ଟ୍ରକ ;୨ ମୃତ

ଅନୁଗୁଳ : ଅନୁଗୁଳ ଜିଲା ଏସପି କାର୍ଯ୍ୟାଳୟ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣ ମୃତ୍ୟୁ ଘଟିଛି। ମୃତକମାନେ ଗୋଳାବନ୍ଧ ଗାଁର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଉକ୍ତ ସ୍ଥାନରେ ଉତ୍ତ୍ୟଜନା ଲାଗି ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.