ହାତୀ ଆକ୍ରମଣରେ ବୃଦ୍ଧା ମୃତ

ଅନୁଗୁଳ : ଅନୁଗୁଳ ଜିଲା ହଣ୍ଡପା ବନାଞ୍ଚଳ କମରେଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ଯୋଗ୍ୟ, କମରେଇ ଗାଁର ଜଣେ ବୃଦ୍ଧା ବୁଧବାର ବିଳମ୍ବିତ ରାତିରେ ଉକ୍ତ ବୃଦ୍ଧା ଜଣଙ୍କ ଶୋଇଥିବା ବେଳେ ହାତୀ ତାଙ୍କ ଘର ଭାଙ୍ଗି ଦଳି ଚକଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳେ ସ୍ଥାନୀୟଲୋକେ ଏହା ଦେଖି ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ମାତ୍ର ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ କାରଣରୁ ସାଧାରଣ ଲୋକେ ଅସନ୍ତୋଷ ହୋଇଥିବା ନେଇ ସୂଚନା ମିଳିଛି।

Comments are closed.