ଗଞ୍ଜାମ ଓ ଯାଜପୁରବାସୀଙ୍କୁ ଅନୁଗୁଳ ମନା

ଅନୁଗୁଳ : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଲାଗିଛି। ଏହି କାରଣରୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଆଦି ଜିଲାରେ ବାହାର ଲୋକଙ୍କ ପ୍ରବେଶ ଉପରେ ଶନିବାର କଟକଣା ଜାରି କରାଯାଇଛି। ଅନ୍ୟ ହଟସ୍ପଟ ଜିଲାରୁ ଆସୁଥିଲେ କ୍ବାରେଣ୍ଟାଇନ ସେଣ୍ଟର ରେ ରହିବା ବାଧ୍ୟତାମୂଳକ କରାଯାଇଛି। ବର୍ତମାନ ଅନୁଗୁଳ ଜିଲାରେ ଆଜି ଠାରୁ ଏଭଳି  ନିୟମ ଲାଗୁ କରାଯାଇଛି। ମୁଖ୍ୟତଃ ଗଞ୍ଜାମ ଓ ଯାଜପୁର ପରି ହଟସ୍ପଟ ଜିଲାବାସୀଙ୍କର ଅନୁଗୁଳରେ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଅତି ଜରୁରୀ କାମରେ ଅନୁଗୁଳ ଆସିଲେ କ୍ବାରେଣ୍ଟାଇନ ସେଣ୍ଟରରେ ରହିବା ବାଧ୍ୟତାମୂଳକ ହୋଇଛି। ସେମାନେ ୧୪ ଦିନ ପାଇଁ ସରକାରୀ କ୍ବାରେଣ୍ଟାଇନରେ ରହିବେ ବୋଲି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି।

Comments are closed.