ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ଅନୁଗୋଳ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ତଥା ତାଳଚେର ରେଞ୍ଜ ଅନ୍ତର୍ଗତ କୁଲେଇ ଜଙ୍ଗଲ ମୋହନ ତଇଳା ନିକଟରେ ଶୀକାରି ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ମହିଳା ଜଣଙ୍କ କୁଲେଇ ଗ୍ରାମର ରସାନନ୍ଦ ବେହେରାଙ୍କ ପତ୍ନୀ ଚନ୍ଦ୍ରି ବେହେରା ବୋଲି ଜଣାପଡିଛି।

ସୂୂଚନା ଅନୁସାରେ, ଆଜି ମହିଳା ଜଣଙ୍କ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଶିକାରୀ ବିଛେଇଥିବା ବିଦ୍ୟୁତ ତାରରେ ଲାଗିଯାଇଥିଲା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ପକ୍ଷରେ ଗ୍ରାମବାସୀ ବର୍ଷ ବର୍ଷ ଧରି ବନବିଭାଗ ଓ ବିଦ୍ୟୁତ ବିଭାଗକୁ ବାରମ୍ବାର ବନ୍ୟଜନ୍ତୁ ଶୀକାର ବିଷୟରେ ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣପାତ କରିନଥିବାରୁ ଘଟଣା ସ୍ଥଳରେ ଆଜି ଚାପା ଉତ୍ତେଜନା ଦେଖାଦେଇଛି। ଖବରପାଇ ସମଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା ଆରମ୍ଭ କରିଛି।

Comments are closed.