ତାଳଚେର ପୌରାଞ୍ଚଳ ମାଟି ଦବିବା ଘଟଣା : ୭ଙ୍କୁ ଉଠାଇ ନେଲା ପୁଲିସ

0

ତାଳଚେର : ମାଟି ଦବିବା ଘଟଣାରେ ୭ଜଣଙ୍କୁ ପୁଲିସ ଉଠାଇ ନେଇଛି। ବାଇପାସ ଛକରୁ ପୁଲିସ ୭ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି। ଗୁରୁବାର ଦିନ ତାଳଚେରବାସୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଶୁକ୍ରବାର ଦିନ ଯାତାୟତ ସ୍ବାଭାବିକ ରହିଛି। କିନ୍ତୁ ସହରରେ ଚାପା ଉତ୍ତେଜନା ଦେଖାଦେଇଛି।

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ତାଳଚେର ପୌରାଞ୍ଚଳ ଅଞ୍ଚଳରେ ମାଟି ଦବିବା ଘଟଣାକୁ ନେଇ ତାଳଚେରବାସୀଙ୍କ ପକ୍ଷରୁ ୫୩ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ତାଳଚେର ବାଇପାସ ଛକରେ ଶତାଧିକ ଲୋକେ ଗଣଧାରଣା ଦେବା ସହ କୋଇଲା ପରିବହନ ବନ୍ଦ କରିଥିଲେ। ଜାତୀୟ ରାଜପଥରେ ଗାଡିମୋଟର ଯାତାୟତ ବନ୍ଦ ରହିଥିଲା।

Leave A Reply