ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ମହାମାରୀ ଜର୍ମାନୀ ପାଇଁ ସବୁଠାରୁ ବଡ଼ ଆହ୍ୱାନ : ଆଞ୍ଜେଲା ମର୍କେଲ୍‍

ବର୍ଲିନ : ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ଭୂତାଣୁ ମହାମାରୀ ବିରୁଦ୍ଧରେ ସଂଗ୍ରାମ ଜର୍ମାନୀ ପାଇଁ ସବୁଠାରୁ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି ବୋଲି ଜର୍ମାନୀର ଚାନସେଲର ଆଞ୍ଜେଲା ମର୍କେଲ୍‍ ଏକ ଟେଲିଭିଜନ୍‍ ବାର୍ତ୍ତାରେ କହିଛନ୍ତି। ଏହି ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ସମସ୍ତେ ସହଯୋଗ କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ତାଜା ତଥ୍ୟ ଅନୁଯାୟୀ କରୋନା ଭୂତାଣୁ ଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଜର୍ମାନୀ ଅନ୍ୟତମ। ଜର୍ମାନୀରେ ଏହି ରୋଗରେ ବୁଧବାର ସୁଦ୍ଧା ୮,୧୯୮ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୨ ଜଣଙ୍କ ମୃତ୍ୟୁ ଘଟିଛି।

Comments are closed.