MEllora 950×100

ପାଞ୍ଚଦଫା ଦାବି ନେଇ ଅଙ୍ଗନୱାଡି କର୍ମୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

କୋମଳମୋତି ଶିଶୁଙ୍କ ଖାଦ୍ୟ ଓ ଶିକ୍ଷାଦାନ ବାଧାପ୍ରାପ୍ତ

ମାଲକାନଗିରି: ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ ଡାକରାରେ ଶୁକ୍ରବାର ମାଲକାନଗିରି ସଦର ମହକୁମା ସ୍ଥିତ ଆଇସିଡିଏସ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶତାଧିକ ଅଙ୍ଗନୱାଡି କର୍ମୀ ସହ ପାଚିକାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥି ସହ କାର୍ଯ୍ୟ ବନ୍ଦ ଆନ୍ଦାଳନରେ ସାମିଲ ହୋଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଅଲ ଓଡ଼ିଶା ଅଙ୍ଗନୱାଡି ଲେଡ଼ିଜ ୱାର୍କର୍ସ ଆସୋସିଏସନ ପକ୍ଷରୁ ରାଷ୍ଟ୍ରୀୟ ସଂଗଠନ ସମ୍ପାଦିକା ଅଞ୍ଜଳି ପଟେଲ, ସଭାନେତ୍ରୀ ସୁମିତ୍ରା ମହାପାତ୍ର, ସାଧାରଣ ସମ୍ପାଦକ ଝୁନୁ ଶତପଥୀଙ୍କ ଡାକରାରେ ଗତ ୨୨ ତାରିଖ ଦିନ ଅଙ୍ଗନୱାଡ଼ି କର୍ମୀମାନେ ଭୁବନେଶ୍ୱରଠାରେ ପାଞ୍ଚ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉକ୍ତ ଦାବି ମଧ୍ୟରୁ ଅଙ୍ଗନୱାଡି କର୍ମୀମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା, କର୍ମୀମାନଙ୍କୁ ମାସିକ ୧୮ହଜାର ଟଙ୍କା ଦରମା ସହ ସାହାୟିକାମାନଙ୍କୁ ୯ହଜାର ଟଙ୍କା ଲାଗୁ କରାଯିବା, ମିନି ଅଙ୍ଗନୱାଡ଼ି କର୍ମୀମାନଙ୍କୁ ମୁଖ୍ୟ ଅଙ୍ଗନୱାଡି କର୍ମୀ ଭାବରେ ଘୋଷଣା କରାଯିବା । ଅଙ୍ଗନୱାଡିଙ୍କ ଇପିଏଫ, ଇଏସଆଇସି ଏବଂ ଗ୍ରାଚୁଇଟି ଲାଗୁ କରାଯିବା, ନୂତନ ଶିକ୍ଷା ଭିତ୍ତିରେ ଅଭିଜ୍ଞତା ଓ ଯୋଗ୍ୟତା ଅନୁଯାୟୀ ଓ ବୟସ ସୀମା ରେଖା ନରଖି ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷୟତା ମାନ୍ୟତା ପ୍ରଦାନ ସହ ଅନ୍ୟାନ୍ୟ ଦାବି କୁ ନେଇ ଧାରଣାରେ ବସିଥିବାବେଳେ ଆଜି ବ୍ଲକସ୍ତରରୁ ସମସ୍ତ ଅଙ୍ଗନୱାଡି ଏବଂ ସମସ୍ତ ପାଚିକାମାନେ ଉକ୍ତ ଦାବିଗୁଡିକ ସରକାର ମାନି ନେବା ପାଇଁ ଦାବି କରିଛନ୍ତି । ସାତଟି ବ୍ଲକ ସଦର ଆଇସିଡିଏସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଦାବି ପୂରଣ ନହେବା ପର‌୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବା ବୋଲି କର୍ମୀମାନେ ପ୍ରକାଶ କରିଛନ୍ତି । କର୍ମୀ ଏବଂ ପାଚିକାଙ୍କ ଧାରଣା ଯୋଗୁଁ ଆଜି ଜିଲ୍ଲାର ସମସ୍ତ କେନ୍ଦ୍ରର କୋମଳମତି ଶିଶୁଙ୍କ ଶିକ୍ଷାଦାନ ଏବଂ ଖାଦ୍ୟରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି।

 

 

Comments are closed.