ଆମେରିକାରେ ସଡକ ଦୁର୍ଘଟଣାରେ ଆନ୍ଧ୍ର ବିଧାୟକଙ୍କ ମୃତ୍ୟୁ

0

ଅମରାବତୀ : ଆମେରିକାରରେ ଏକ ସଡକ ଦୁର୍ଘଟଣାରେ ଆନ୍ଧ୍ରପ୍ରଦେଶର ଜଣେ ବିଧାୟକ (ବିଧାନ ପରିଷଦ ସଦସ୍ୟ)ଙ୍କର ମୃତ୍ୟୁ ହୋଇଛି। ମୃତ ବିଧାୟକ ହେଉଛନ୍ତି ଏମ୍‍ ଭିଭିଏସ୍‍ ମୂର୍ତ୍ତି। ସେ ତେଲଗୁ ଦେଶମ୍‍ ପାର୍ଟି (ଟିଡିପି)ର ଜଣେ ବରିଷ୍ଠ ନେତା ତଥା ଶିକ୍ଷାବିତ୍। ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା। ୧୯୯୧ ଓ ୧୯୯୯ରେ ଦୁଇଥର ପାଇଁ ସେ ବିଶାଖାପାଟଣା ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଆମେରିକାର ଆଲାସ୍କାର ଏକ ରାଜପଥରେ ମୂର୍ତ୍ତିଙ୍କ କାର୍‍କୁ ଏକ ଟ୍ରକ୍‍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ମୂର୍ତ୍ତିଙ୍କ ବ୍ୟତୀତ ଅନ୍ୟ ତିନିଜଣ ମଧ୍ୟ ପ୍ରାଣ ହରାଇଛନ୍ତି। ଅକ୍ଟୋବର ୬ରେ ହେବାକୁ ଥିବା ଗୀତମର ପୁରାତନ ଛାତ୍ରଙ୍କ ସମାବେଶରେ ଯୋଗଦେବାକୁ ମୂର୍ତ୍ତି ଆମେରିକା ଯାଇଥିଲେ।

Leave A Reply