ଆନ୍ଧ୍ରପ୍ରଦେଶ ବିଧାନ ପରିଷଦ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ; ମିଳିଲା କ୍ୟାବିନେଟର ଅନୁମୋଦନ

ହାଇଦରାବାଦ : ଆନ୍ଧ୍ରପ୍ରଦେଶରୁ ବିଧାନ ପରିଷଦ ଉଚ୍ଛେଦ ହେବ। ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍‍ ରାଜ୍ୟ ବିଧାନ ପରିଷଦ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ସୋମବାର ଅନୁମୋଦନ କରିଛି । ଏହିଭଳି ଆଉ ଏକ ପ୍ରସ୍ତାବ ରାଜ୍ୟ ବିଧାନସଭାରେ ଗୃହିତ ହେବ ଓ ଏହା ଉପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ଲାଗି ସେଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ। ୫୮ ସଦସ୍ୟ ବିଶିଷ୍ଟ ବିଧାନ ପରିଷଦରେ ଶାସକ ୱାଇ.ଏସ୍‍.ଆର୍‍. କଂଗ୍ରେସର ମାତ୍ର ୯ଜଣ ସଦସ୍ୟ ରହିଥିବାରୁ ଗୃହ​​‌ରେ ସରକାରଙ୍କର ସଂଖ୍ୟା ଗରିଷ୍ଠତା ନାହିଁ । ବିରୋଧୀ ତେଲୁଗୁଦେଶମ ପାର୍ଟିର ୨୮ ଜଣ ସଦସ୍ୟ ଥିବାରୁ ଶାସକ ଦଳ ୨୦୨୧ରେ ଯାଇଁ ବିଧାନ ପରିଷଦରେ ସଂଖ୍ୟା ଗରିଷ୍ଠତା ପାଇପାରିବ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ବିଧାନ ପରିଷଦରେ କେତେକ ବିଲ୍ ସମେତ ତିନୋଟି ରାଜଧାନୀ ପ୍ରତିଷ୍ଠା ସଂକ୍ରାନ୍ତ ବିଧେୟକ ଗୃହିତ କରାଇବାରେ ବିଫଳ ହେବା ପରେ ସରାକର ଏଭଳି ନିଷ୍ପତ୍ତି ନେଇଛନ୍ତି।

Comments are closed.