କୋଟିଆରେ ଭତ୍ତା ବାଣ୍ଟିପାରିଲେନି ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି : କୋଟିଆର ମୋହ ଛାଡିପାରୁନାହି ଆନ୍ଧ୍ର ପ୍ରଶାସନ। ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶକୁ ବନ୍ଦ କରିବା ପାଇଁ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ଅଧିକାରୀ ଓ ପୁଲିସ ପ୍ରଶାସନର ମିଳିତ ଅଭିଯାନ ୧୦ଦିନରେ ପହଞ୍ଚିଛି। ଆନ୍ଧ୍ରର ଅନୁପ୍ରବେଶ ଉପରେ ପ୍ରଶାସନର କଟକଣା ଯୋଗୁଁ ଲୁଚାଛପା ପ୍ରବେଶ ଜାରି ରଖିଛି। ସୋମବାର ସାଲୁର ବ୍ଲକ ପ୍ରଶାସନ ପକ୍ଷରୁ ଚାରିଜଣ କର୍ମଚାରୀ ତଳଗଞ୍ଜେଇପଦରରେ ଭତ୍ତା ବାଣ୍ଟିବାକୁ ଆସିଥିବାବେଳେ ଉପରସେମ୍ବିରୁ ପୁଲିସ ସେମାନଙ୍କୁ ଫେରାଇ ଦେଇଥିଲେ। ପୁଲିସ ଫୋର୍ସଙ୍କ ଯାଞ୍ଚରେ କେବଳ ଆନ୍ଧ୍ରରୁ ଓଡ଼ିଶା ମଧ୍ୟରେ ସରକାରୀ କାର୍ଯ୍ୟ ପାଇଁ ଅନୁପ୍ରବେଶକାରୀଙ୍କୁ ଅଟକା ଯାଉଥିବାବେଳେ ଅନ୍ୟ କାହାର ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି କରାଯାଉନାହିଁ। ଓଡ଼ିଶାର ଦେଓମାଳି ପର୍ବତକୁ ଆସୁଥିବା ପର୍ଯ୍ୟଟକଙ୍କୁ ସୁରକ୍ଷାରେ ଛାଡି ଦିଆଯାଉଛି।

Comments are closed.