ଆନ୍ଧ୍ରମାଛରେ ମିଶୁଛି ବିଷ! ଯାଞ୍ଚ କରିବେ ରାଜ୍ୟ ସରକାର

0

କଟକ: ଆନ୍ଧ୍ରପ୍ରଦେଶରୁ ମାଛ ଆମଦାନୀ ଉପରେ ଆସାମ ସରକାର କଟକଣା ଲଗାଇବା ପରେ ଓଡିଶାରେ ଉଦବେଗ ପ୍ରକାଶ ପାଇଛି। ଆନ୍ଧ୍ରରୁ ଓଡିଶା ଆସୁଥିବା ମାଛ ନମୁନା ପରୀକ୍ଷା କରାଯିବ ବୋଲି କୃଷି ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି। ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଓଡ଼ିଶାରେ ସେଭଳି କୌଣସି ଅଭି​‌ଯୋଗ ଆସିନି। ତଥାପି ସରକାର ଆନ୍ଧ୍ରରୁ ଆସୁଥିବା ମାଛ ନମୁନା ଯାଞ୍ଚ କରାଯିବ। ଯଦି ମାଛରେ ବିଷାକ୍ତ ରସାୟନିକ ମିଶିଥିବା ପ୍ରମାଣ ମିଳେ ତେବେ ବିହିତ ପଦକ୍ଷେପ ଗ୍ରହଣ କରାଯିବ।   ଆନ୍ଧ୍ରରୁ ଓଡିଶା ଆସୁଥିବା ମାଛରେ ବିଷାକ୍ତ ରସାଯନିକ ବ୍ୟବହାର ହୋଇଛି କି ନାହିଁ ଏନେଇ ଅନୁଧ୍ୟାନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ସୂଚନାଯୋଗ୍ୟ, ମାଛକୁ ଦୀର୍ଘ ଦିନ ଧରି ସତେଜ ରଖିବା ପାଇଁ ଫର୍ମାଲିନ ଡିହାଇର୍ଟ କେମିକାଲ ବ୍ୟବହାର ହେଉଥିବା ପରୀକ୍ଷାରୁ ଜଣାପଡିବା ପରେ ଆସାମ ସରକାର ମାଛ ଆମଦାନୀ ଉପରେ କଟକଣା ଲାଗାଇଛନ୍ତି। ବୁଧବାରଠାରୁ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଆନ୍ଧ୍ରରୁ ମାଛ ଆମଦାନୀ କରାଯିବ ନାହିଁ ବୋଲି ଆସାମ ସରକାର ନିଷ୍ପତ୍ତି ନେଇଛି। ଏହାକୁ ଉଲ୍ଲଙ୍ଘନ କରୁଥିବା ବେପାରୀଙ୍କୁ ୨ରୁ ୭ ବର୍ଷ ଜେଲ ଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜେରିମାନା ଆଦାୟ କରାଯିବ ଆସାମର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପିଜୁସ୍ ହାଜରିକା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

Leave A Reply